ପିଓକେରେ ଇମ୍ରାନ୍‌ ସରକାର ବିରୋଧରେ ବିକ୍ଷୋଭ, ସ୍ୱାଧୀନତା ଚାହୁଁଛନ୍ତି ଏଠାକାର ବାସିନ୍ଦା

ନୂଆଦିଲ୍ଲୀ : ଆମକୁ ସ୍ୱାଧୀନ କର । ପାକିସ୍ତାନ ଅଧିକୃତ କଶ୍ମୀର ବା ପିଓକେର ବାସିନ୍ଦା ପାକିସ୍ତାନ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଏଭଳି ଦାବି କରିଛନ୍ତି । ଫଳରେ ପାକିସ୍ତାନ ଅଧିକୃତ କଶ୍ମୀରରେ ହିଂସାକାଣ୍ଡ ବ୍ୟାପିଛି । ଗତକାଲି ପିଓକେ ରାଜଧାନୀ ମୁଜାଫରାବାଦ ଠାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ପୋଲିସ୍‌ ଲାଠି ମାଡ଼ କରିବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଶତାଧିକ ଲୋକ ଆହତ ହୋଇଛନ୍ତି । ସୂଚନା ଥାଉ କି, ୧୯୪୭ ମସିହା ଅକଟୋବର ୨୨ ତାରିଖରେ ପାକିସ୍ତାନ ଆକ୍ରମଣ କରି ପିଓକେକୁ ନିଜ ଅଧିକାରକୁ ନେଇଥିଲା ।

POK-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.