ତେଲେଙ୍ଗାନା: ସରକାରୀ ଅଫିସରଙ୍କ ପାଖରୁ ୧୦୦ କୋଟିର ସମ୍ପତ୍ତି ଜବତ; ମିଳିଲା ୪୦ ଲକ୍ଷ ଟଙ୍କା, ୨ କିଲୋ ସୁନା, ୬୦ଟି ମହଙ୍ଗା ଘଣ୍ଟା

ତେଲେଙ୍ଗାନାରେ ଜଣେ ସରକାରୀ ଅଫିସରଙ୍କ ପାଖରୁ ୧୦୦ କୋଟିର ସମ୍ପତ୍ତି ଜବତ କରିଛି ଭ୍ରଷ୍ଟାଚାର ନିରୋଧକ ବ୍ୟୁରୋ (ଏସିବି) । ଏସିବିର ଅଧିକାରୀମାନେ ବୁଧବାର ଅଫିସରଙ୍କ ଘରେ ଚଢ଼ାଉ କରିଥିଲେ ।

ତେଲେଙ୍ଗାନାରେ ଜଣେ ସରକାରୀ ଅଫିସରଙ୍କ ପାଖରୁ ୧୦୦ କୋଟିର ସମ୍ପତ୍ତି ଜବତ କରିଛି ଭ୍ରଷ୍ଟାଚାର ନିରୋଧକ ବ୍ୟୁରୋ (ଏସିବି) । ଏସିବିର ଅଧିକାରୀମାନେ ବୁଧବାର ଅଫିସରଙ୍କ ଘରେ ଚଢ଼ାଉ କରିଥିଲେ । ତେଲେଙ୍ଗାନା ରାଜ୍ୟ ରିୟଲ ଇଷ୍ଟେଟ୍‌ ନିୟାମକ ପ୍ରାଧିକରଣ (ଟିଏସ୍‌ଆର୍‌ଇଆର୍‌ଏ)ର ସଚିବ ତଥା ମେଟ୍ରୋ ରେଳ ଯୋଜନା ଅଧିକାରୀ ଏସ୍‌. ବାଳକୃଷ୍ଣଙ୍କ ଘରେ ଏସିବି ଟିମ୍‌ ଚଢ଼ାଉ କରିଥିଲା ।

ଏସ୍‌. ବାଳକୃଷ୍ଣ ପୂର୍ବରୁ ହାଇଦ୍ରାବାଦ ମେଟ୍ରୋପଲିଟାନ୍‌ ଡେଭେଲପ୍‌ମେଣ୍ଟ ଅଥରିଟି (ଏଚ୍‌ଏମ୍‌ଡିଏ)ରେ ଟାଉନ ପ୍ଲାନିଂର ନିର୍ଦ୍ଦେଶକ ଭାବରେ କାମ କରୁଥିଲେ । ଏସିବିର ୧୪ ଜଣିଆ ଟିମ୍‌ ଦିନସାରା ଚଢ଼ାଉ ଜାରି ରଖିଥିଲେ । ଗୁରୁବାର ମଧ୍ୟ ପୁଣି ଚଢ଼ାଉ କରାଯିବାର ସମ୍ଭାବନା ରହିଛି । ବାଳକୃଷ୍ଣଙ୍କ ଘର, କାର୍ଯ୍ୟାଳୟ, ତାଙ୍କ ସମ୍ପର୍କୀୟଙ୍କ ଘରେ ଏକସାଥୀରେ ଚଢ଼ାଉ କରାଯାଇଥିଲା, ଯେଉଁଠୁ ୧୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି ଏସିବି ।

ଏ ପର୍ଯ୍ୟନ୍ତ ପାଖାପାଖି ୪୦ ଲକ୍ଷ ଟଙ୍କା ଅର୍ଥରାଶି, ୨ କିଲୋ ସୁନା, ଅଚଳାଚଳ ସମ୍ପତ୍ତିର କାଗଜପତ୍ର, ୬୦ଟି ମହଙ୍ଗା ହାତଘଣ୍ଟା, ୧୪ଟି ମୋବାଇଲ ଫୋନ୍‌ ଏବଂ ୧୦ଟି ଲାପ୍‌ଟପ ଜବତ କରାଯାଇଛି । ଅଫିସରଙ୍କ ବ୍ୟାଙ୍କ ଲକର ଏ ପର୍ଯ୍ୟନ୍ତ ଖୋଲାଯାଇ ନାହିଁ । ଏସିବି ଅତି କମ୍‌ରେ ୪ଟି ବ୍ୟାଙ୍କରେ ଲକର୍‌ ଚିହ୍ନଟ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.