ପିଟି ଉଷାଙ୍କ ସହ ଏହି ୩ ମହାନ୍ ବ୍ୟକ୍ତି ଯିବେ ରାଜ୍ୟସଭା, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଭାରତର ଦୌଡ଼ରାଣୀ ପିଟି ଉଷାଙ୍କ ସହ ୩ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି । ତାଙ୍କ ସହ ସଙ୍ଗୀତକାର ଇଲେୟାରାଜା, ଫିଲ୍ମର କାହାଣୀ ଲେଖକ ଭି. ରାଜେନ୍ଦ୍ର ପ୍ରସାଦ ଗାରୁ ଏବଂ ବୀରେନ୍ଦ୍ର ହେଗଡେଙ୍କୁ ସଂସଦର ଉଚ୍ଚସଦନକୁ ମନୋନୀତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ବୁଧବାର ଏହାର ସୂଚନା ଦେଇଛନ୍ତି। ଚାରି ଜଣଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ପିଟି ଉଷାଙ୍କ ସମ୍ପର୍କରେ ସୂଚନା ଦେଇ ଲେଖିଛନ୍ତି ଯେ, ପିଟି ଉଷା ଖେଳରେ ଅନେକ ଉପଲବ୍ଧି ହାସଲ କରିଛନ୍ତି । ଗତ କିଛି ବର୍ଷ ଭିତରେ ନୂଆ ଆଥଲେଟ୍ ମାନଙ୍କୁ ମାର୍ଗଦର୍ଶନ ପାଇଁ ସେ ଅନେକ କାମ କରିଛନ୍ତି । ତେଣୁ ରାଜ୍ୟସଭାକୁ ମନୋନୀତ ହୋଇଥିବାରୁ ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେହପରି ଭି.ବିଜୟେଦ୍ର ପ୍ରସାଦଙ୍କ ବିଷୟରେ କହିବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଦଶନ୍ଧିରୁ ରଚନାତ୍ମକ ଦୁନିଆ ସହ ଜଡ଼ିତ । ତାଙ୍କର ରଚନା ଭାରତର ଗୌରବଶାଳୀ ସଂସ୍କୃତିକୁ ପ୍ରଦର୍ଶିତ କରୁଛି ଏବଂ ବିଶ୍ୱ ସ୍ତରରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଥିବାରୁ ଶୁଭେଚ୍ଛା ।

ବିଜୟେନ୍ଦ୍ର ପ୍ରସାଦ ଗାରୁ ବାହୁବଳୀ, ଆରଆରଆର, ବଜରଙ୍ଗୀ ଭାଇଜାନ, ରାଉଡି ରାଠୋର, ମଣିକର୍ଣ୍ଣିକା ଏବଂ ମାର୍ଶଲ ପରି ଫିଲ୍ମର କାହାଣୀ ଲେଖିଛନ୍ତି। ୨୦୧୬ରେ ବଜରଙ୍ଗୀ ଭାଇଜାନ ପାଇଁ ତାଙ୍କୁ ସର୍ବଶ୍ରେଷ୍ଠ କାହାଣୀ ପାଇଁ ଫିଲ୍ମଫେୟାର ଆଓ୍ଵାର୍ଡ ମଧ୍ୟ ପାଇଛନ୍ତି। ଏହା ବ୍ୟତୀତ ଅର୍ଦ୍ଧାଙ୍ଗିନୀ, ରାଞ୍ଝଣା ଏବଂ ଶ୍ରୀବଲ୍ଲୀ ପରି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

 

 ରାଜ୍ୟସଭାକୁ ମନୋନୀତ ତୃତୀୟ ସଦସ୍ୟ ପାଇଁ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ବୀରେନ୍ଦ୍ର ହେଗଡେ ଜୀ ଉତ୍କୃଷ୍ଟ ସାର୍ବଜନୀନ ସେବାରେ ସବୁଠୁ ଆଗରେ ଅଛନ୍ତି। ଧର୍ମସ୍ଥଳ ମନ୍ଦିରରେ ପ୍ରାର୍ଥନା କରିବା, ସ୍ଵାସ୍ଥ୍ୟ, ଶିକ୍ଷା ଏବଂ ସଂସ୍କୃତିରେ ତାଙ୍କ ଦ୍ଵାରା ହୋଇଥିବା ମହାନ କାର୍ଯ୍ୟକୁ ଦେଖିବାର ସୁଯୋଗ ମୋତେ ମିଳିଛି। ନିଶ୍ଚିତ ରୂପେ ସେ ସଂସଦର ଗୃହ କାର୍ଯ୍ୟକୁ ଆହୁରି ସମୃଦ୍ଧ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷିଆନ୍ ଇଲେୟାରାଜାଙ୍କୁ ରାଜ୍ୟସଭାକୁ ମନୋନୀତ ହେବାକୁ ନେଇ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ସେ ପିଢ଼ୀ ପରେ ପିଢ଼ୀ ଲୋକଙ୍କୁ ସଙ୍ଗୀତରେ ମନ୍ତ୍ରମୁଗ୍ଧ କରିଛନ୍ତି । ତାଙ୍କର ରଚନା ତାଙ୍କର ଭାବନରା ସୁନ୍ଦରତାକୁ ଦର୍ଶାଇଥାଏ । ସେ ଏକ ବିନମ୍ର ପୃଷ୍ଠଭୂମିରୁ ଉଠି ବହୁତ କିଛି ହାସଲ କରିଛନ୍ତି ।

 

ତା ସହିତ ବୀରେନ୍ଦ୍ର ହେଗଡେ ମଧ୍ୟ ରାଜ୍ୟସଭା ଯିବାକୁ ମନୋନୀତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ମଧ୍ୟ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ମୋଦି ଲେଖିଛନ୍ତି, ସେ ସାମୁଦାୟିକ ସେବାରେ ସବୁଠୁ ଆଗରେ । ସ୍ୱାସ୍ଥ୍ୟ, ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ତାଙ୍କ କାମକୁ ଦେଖିବାର ସୌଭାଗ୍ୟ ହାସଲ ମୁଁ କରିପାରିଛି । ତେଣୁ ନିଶ୍ଚିତ ଭାବେ ସେ ସଂସଦୀୟ କାର୍ଯ୍ୟକୁ ସମୃଦ୍ଧ କରିବେ ବୋଲି ମୋଦି ଲେଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.