ପଞ୍ଜାବରେ କୃଷକ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ, ପ୍ରଭାବିତ ୯୨ଟି ଟ୍ରେନ୍‌

ପଞ୍ଜାବରେ କୃଷକ ସଙ୍ଗଠନ ପକ୍ଷରୁ ୩ ଦିନିଆ ‘ରେଳ ରୋକ’ଆନ୍ଦୋଳନ। ଏହି ଆନ୍ଦୋଳନରେ କୃଷକମାନେ ରେଳ ଲାଇନ୍ ରେ ବସିବା ଯୋଗୁ ପ୍ରାୟ ୯୨ଟି ଟ୍ରେନ୍‌ର ଗତିବିଧି ପ୍ରଭାବିତ ହୋଇଛି । ରେଳ ଅଧିକାରୀଙ୍କ ଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦିଆଯାଇଛି ଯେ ଲୋହିୟା ଖାସ୍‌ ଏକ୍ସପ୍ରେସ୍‌ ସ୍ପେଶାଲ, କୋଟାକାପୁର ଫାଜିଲ୍କ ଡେମୁ ଏକ୍ସପ୍ରେସ୍‌ ସ୍ପେଶାଲ, ଜଳନ୍ଦର ସେଟି ହୋଶିୟାପୁର ଡେମୁ ସ୍ପେଶାଲ ସମେତ ୧୨ଟି ଟ୍ରେନ୍‌ ବାତିଲ କରାଯାଇଛି ।

ପଞ୍ଜାବ: ପଞ୍ଜାବରେ କୃଷକ ସଙ୍ଗଠନ ପକ୍ଷରୁ ୩ ଦିନିଆ ‘ରେଳ ରୋକ’ଆନ୍ଦୋଳନ। ଏହି ଆନ୍ଦୋଳନରେ କୃଷକମାନେ ରେଳ ଲାଇନ୍ ରେ ବସିବା ଯୋଗୁ ପ୍ରାୟ ୯୨ଟି ଟ୍ରେନ୍‌ର ଗତିବିଧି ପ୍ରଭାବିତ ହୋଇଛି । ରେଳ ଅଧିକାରୀଙ୍କ ଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦିଆଯାଇଛି ଯେ ଲୋହିୟା ଖାସ୍‌ ଏକ୍ସପ୍ରେସ୍‌ ସ୍ପେଶାଲ, କୋଟାକାପୁର ଫାଜିଲ୍କ ଡେମୁ ଏକ୍ସପ୍ରେସ୍‌ ସ୍ପେଶାଲ, ଜଳନ୍ଦର ସେଟି ହୋଶିୟାପୁର ଡେମୁ ସ୍ପେଶାଲ ସମେତ ୧୨ଟି ଟ୍ରେନ୍‌ ବାତିଲ କରାଯାଇଛି ।

ସୂଚନା ମୁତାବକ, ବନ୍ୟାରେ ହୋଇଥିବା କ୍ଷତି ଯୋଗୁ ଋଣ ଛାଡ ପାଇଁ କୃଷକମାନେ ଏହି ଆନ୍ଦୋଳନ କରିଛନ୍ତି । ଏହା ବ୍ୟତୀତ କୃଷକ ସଙ୍ଗଠନ ର ଏହା ମଧ୍ୟ ଦାବି ରହିଛି ଯେ, ଯେଉଁ କୃଷକମାନେ ଆତ୍ମହତ୍ୟା କରିଛନ୍ତି, ସେମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କ ଦିଆଯାଉ ଏବଂ ପରିବାରର ସଦସ୍ୟଙ୍କୁ ସରକାରୀ ଚାକିରି ଦିଆଯାଉ ।

ରେଳ ଅଧିକାରୀଙ୍କ ସୂଚନା ଅନୁସାରେ, ଏହା ପୂର୍ବରୁ ଗୁରୁବାର ଦିନ ଫିରୋଜପୁର ବିଭାଗ ଅଧୀନରେ ଥିବା ୯୧ଟି ଟ୍ରେନ୍‌ ମଧ୍ୟରୁ ୫୧ଟି ଟ୍ରେନ୍‌ ବାତିଲ କରାଯାଇଥିଲା । ହେଲେ ୨୪ଟି ଟ୍ରେନ୍‌କୁ ଅଳ୍ପ ସମୟ ପାଇଁ ବନ୍ଦ କରାଯାଇଛି ଏବଂ ୫ଟି ଟ୍ରେନ୍‌ ଅନ୍ୟ ଷ୍ଟେସନରୁ ଛଡାଯାଇଛିି । ତେବେ ୧୧ଟି ଟ୍ରେନ୍‌ର ମାର୍ଗ ପରିବର୍ତ୍ତନ କରାଯାଇଛି । ଶୁକ୍ରବାର ରେଳ ଅଧିକାରୀ ଟ୍ରେନ୍‌ର ଗତିବିଧି ବିଷୟରେ ଟ୍ଵିଟରରେ ଟ୍ଵିଟ୍ କରି ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, କୃଷକ ସଂଗଠନ କେନ୍ଦ୍ର ବିରୋଧରେ ସେପ୍ଟେମ୍ୱର ୩୦ ପର୍ଯ୍ୟନ୍ତ ଏହି ଆନ୍ଦୋଳନ କରିବେ । ଗୁରୁବାର ଦିନ ଆନ୍ଦୋଳନକାରୀମାନେ ହୋଶିୟାରପୁର, ଗୁରୁଦାସପୁର, ଜଳନ୍ଦର, ତାରନ ତରନ, ସାଙ୍ଗୁର, ପଟିୟାଲା, ଫିରୋଜପୁର, ବାଥୀଣ୍ଡା ଏବଂ ଅମୃତସରରେ ୧୭ଟି ସ୍ଥାନରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଦିଲ୍ଲୀ ଅମୃତସରର ଦେବୀଦାସପୁର ରେଳ ଟ୍ରାକ୍‌ରେ ଆନ୍ଦୋଳନକାରୀ ବସିରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.