ପାକିସ୍ତାନର ବଲୁଚିସ୍ତାନରେ ବଡ଼ ବିସ୍ଫୋରଣ: ଡିଏସ୍‌ପିଙ୍କ ସମେତ ୫୨ ମୃତ, ୧୦୦ ଆହତ

ପାକିସ୍ତାନର ବଲୁଚିସ୍ତାନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ୫୨ ଜଣଙ୍କ ମୃତ୍ୟୁ ହୋଇଛି। ୧୦୦ ଜଣ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ପାକିସ୍ତାନର ବଲୁଚିସ୍ତାନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ୫୨ ଜଣଙ୍କ ମୃତ୍ୟୁ ହୋଇଛି। ୧୦୦ ଜଣ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବଲୁଚିସ୍ତାନର ମସ୍ତୁଙ୍ଗ ଜିଲ୍ଲାରେ ଅଲ୍‌-ଫଲାହ ମସ୍‌ଜିଦ ନିକଟରେ ଇଦ୍‌ ମିଲାଦ-ଉଲ୍‌-ନବିଙ୍କ ଜୁଲୁସ୍‌କୁ ଟାର୍ଗେଟ୍‌ କରି ଏହି ବିସ୍ଫୋରଣ କରାଯାଇଛି।

ଶୁକ୍ରବାରର ସାପ୍ତାହିକ ଇଦ୍‌ ନମାଜ ପାଠ ସମୟରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଜଣେ ପୋଲିସ ଅଧିକାରୀଙ୍କ ମୁତାବକ, ଏହି ବିସ୍ଫୋରଣ ମସ୍‌ଜିଦ ନିକଟରେ କରାଯାଇଛି। ସେହି ସମୟରେ ସ୍ଥାନୀୟ ଲୋକେ ଇଦ୍‌-ମିଲାଦୁନ ନବିଙ୍କ ଇସ୍‌ଲାମି ଅବକାଶ ପାଳନ ପାଇଁ ଏକାଠି ହୋଇଥିଲେ।

ବିସ୍ଫୋରଣ ପରେ ସେଠାକାର ସମସ୍ତ ହସ୍ପିଟାଲରେ ଜରୁରୀ ପରିସ୍ଥିତି ଘୋଷଣା କରି ଦିଆଯାଇଛି ଏବଂ ହସ୍ପିଟାଲ ଷ୍ଟାଫ୍‌ମାନଙ୍କୁ ତୁରନ୍ତ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିସ୍ଫୋରଣରେ ଜଣେ ଡିଏସ୍‌ପିଙ୍କ ମୃତ୍ୟୁ ଘଟିଛି। ଏଥିରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ସେପଟେ ବିସ୍ଫୋରଣ ସ୍ଥଳରୁ ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି। ବଲୁଚିସ୍ତାନର ଅନ୍ତରୀଣ ସୂଚନା ମନ୍ତ୍ରୀ ଅଚକଜଇ କହିଛନ୍ତି, ଉଦ୍ଧାରକାରୀ ଦଳକୁ ମସ୍ତୁଙ୍ଗ୍‌ ପଠାଯାଇଛି। ଗୁରୁତର ଆହତଙ୍କୁ କ୍ୱେଟା ସ୍ଥାନାନ୍ତର କରାଯାଉଛି। ସମସ୍ତ ହସ୍ପିଟାଲରେ ଜରୁରୀ ପରିସ୍ଥିତି ଲାଗୁ କରି ଦିଆଯାଇଛି। ଅନ୍ତରୀଣ ଗୃହମନ୍ତ୍ରୀ ସରଫ୍‌ରାଜ ଅହମ୍ମଦ ବୁଗତୀ ଏହି ବିସ୍ଫୋରଣ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି।

You might also like