ପିତୃପୁରୁଷଙ୍କୁ ଖୁସି କରିବାର ଉପାୟ, ଏମିତି କରିଲେ ଆସିବ ସୁଖ ଓ ସମୃଦ୍ଧି

ପିତୃପକ୍ଷରେ ପୂର୍ବଜଙ୍କ ଆତ୍ମାର ଶାନ୍ତି ପାଇଁ ସମ୍ପୁର୍ଣ୍ଣ ବିଧି ବିଧାନ ସହିତ ତର୍ପଣ ଦିଆଯାଏ । ଏହା ଦ୍ୱାରା ପିତୃପୁରୁଷଙ୍କ ଆଶିର୍ବାଦ ମିଳିଥାଏ ଓ ଘରେ ସର୍ବଦା ସୁଖ ଶାନ୍ତି ରହିଥାଏ । ହିନ୍ଦୁ ଧର୍ମରେ ଏହାର ବିଷେଶ ମହତ୍ୱ ରହିଛି ।

ଆଜିଠାରୁ ପିତୃପକ୍ଷର ଆରମ୍ଭ ହୋଇଛି ଯାହା ୧୪ ଅକ୍ଟୋବର ତଥା ସର୍ବ ପିତୃ ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ । କୁଣ୍ଡଳିରୁ ପିତୃଦୋଷ ଦୂର କରିବା ପାଇଁ ଏହି ସମୟ ସର୍ବୋତ୍ତମ ହୋଇଥାଏ । ଏହି ସମୟରେ ପିତୃପୁରୁଷଙ୍କୁ ଖୁସି କରିବା ପାଇଁ ଅନେକ ଉପାୟ କରାଯାଇଥାଏ ।ଯେଉଁ ଲୋକଙ୍କ ଉପରେ ପିତୃଦୋଷ ଥାଏ ତାଙ୍କୁ ସହଜରେ ସନ୍ତାନ ସୁଖ ପ୍ରାପ୍ତ ହୁଏନାହିଁ । ଅନ୍ୟଥା ପିଲାମାନେ ଖରାପ ସଙ୍ଗତରେ ପଡିଯାନ୍ତି । ବ୍ୟବସାୟ ଏବଂ ଚାକିରୀରେ ସବୁବେଳେ ଅସୁବିଧା ହୋଇଥାଏ । କାମରେ ବାରମ୍ବାର ବାଧା ସୃଷ୍ଟି ହୁଏ । ଘରେ ଅଧିକ କଳି ଝଗଡା ହୋଇଥାଏ ଏବଂ ସୁଖ ସମୃଦ୍ଧି ଆସେନାହିଁ । ଦାରିଦ୍ରତା ଓ କରଜ ବଢିଥାଏ । ପ୍ରାୟତଃ ରୋଗୀଣା ରହିଥାନ୍ତି ଏବଂ ସନ୍ତାନଙ୍କ ବିବାହରେ ବାଧା ଆସିଥାଏ । ତେବେ ଆସନ୍ତୁ ଜାଣିବା ପିତୃପୁରୁଷଙ୍କୁ ଖୁସି ରଖିବାର ଉପାୟ….

-ପିତୃପକ୍ଷରେ ପୂର୍ବଜଙ୍କ ନିୟମ ଅନୁଯାୟୀ ବିଧି ବିଧାନ ସହିତ ତର୍ପଣ ଓ ଶ୍ରାଦ୍ଧ ଦିଅନ୍ତୁ । ବ୍ରାହ୍ମଣଙ୍କୁ ଭୋଜନ କରାନ୍ତୁ ଏବଂ ଦାନ ଦିଅନ୍ତୁ । ବର୍ଷର ସବୁ ଏକାଦଶୀ, ଚତୁର୍ଦଶୀ ଓ ଅମାବାସ୍ୟାରେ ପିତୃପୁରୁଷଙ୍କୁ ଜଳ ଦାନ ଏବଂ ତ୍ରିପଣ୍ଡି ଶ୍ରାଦ୍ଧ କରନ୍ତୁ ।

-ପିତୃପକ୍ଷରେ ପ୍ରତିଦିନ ଘରେ ଦକ୍ଷିଣ ଦିଗରେ ତେଲର ଦୀପ ଜଳାନ୍ତୁ । ଏହା ଦ୍ୱାରା ପିତୃଦୋଷ ଶାନ୍ତ ହୋଇଯିବ ।

-ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଦିନବେଳେ ଅଶ୍ୱସ୍ତ ବୃକ୍ଷରେ ଗଙ୍ଗାଜଳ,କଳା ରାଶି, କ୍ଷୀର,ଅରୁଆ ଚାଉଳ ଓ ଫୁଲ ଦେଇ ପୂଜା କରନ୍ତୁ ।

-ଘରେ ପିତୃପୁରୁଷଙ୍କ ଫଟୋ ଦକ୍ଷିଣ ଦିଗରେ ଲଗାନ୍ତୁ । ପ୍ରତିଦିନ ନିଜ ଭୁଲର କ୍ଷମା ପ୍ରାର୍ଥନା କରନ୍ତୁ । ଏହା ଦ୍ୱାରା ପିତୃଦୋଷ ଦୂର ହୋଇଯାଏ ।

-ଏକ ଜରୁରୀ ଥିବା ବ୍ୟକ୍ତିକୁ ଭୋଜନ, ଦାନ କିମ୍ବା କନ୍ୟାର ବିବାହରେ ସାହାର୍ଯ୍ୟ କରିବା ଦ୍ୱାରା ପିତୃଦୋଷ ଶାନ୍ତ ହୋଇଥାଏ ।

-କୌଣସି ବୃକ୍ଷ ପାଖରେ ଦେଶି ଘିଅର ଦୀପ ଜଳାଇ ‘ ଓଁ ସର୍ବ ପିତୃ ଦେବାୟ ନମଃ’ ମନ୍ତ୍ର ଜପ କରନ୍ତୁ ।

ଯେଉଁ ଲୋକଙ୍କ କୁଣ୍ଡଳିରେ ପିତୃଦୋଷ ଅଛି, ସେମାନଙ୍କୁ ଏହି ସବୁ ଉପାୟ କରିବା ଉଚିତ । ଏହା ଦ୍ୱାରା ପିତୃପୁରୁଷ ପ୍ରସନ୍ନ ହୁଅନ୍ତି ଏବଂ ପିତୃଦୋଷ ଦୂର ହୋଇଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.