ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ମୃତ, ୨୦୨୧ ଜାନୁଆରୀ ୨୬ ସମୟରେ ଲାଲକିଲ୍ଲାରୁ ଜାତୀୟ ପତାକା ହଟାଇଥିଲେ ସିଦ୍ଧୁ

ପଞ୍ଜାବୀ ଫିଲ୍ମର ଜଣାଶୁଣା ଅଭିନେତା ଦୀପ ସିଦ୍ଧୁ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମୃତ ବେଳକୁ ତାଙ୍କୁ ମାତ୍ର ୩୭ ବର୍ଷ ହୋଇଥିଲା। ଦିଲ୍ଲୀରୁ ଭଟିଣ୍ଡା ଯାଉଥିବା ସମୟରେ ସିଦ୍ଧୁଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ରାତି ୯.୩୦ ମିନିଟ ସମୟରେ ସିଦ୍ଧୁଙ୍କ କାର ଏକ ଲରିକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । କୁଣ୍ଡଲି-ମାନେଶ୍ୱର-ପାଲୱଲ ଏକ୍ସପ୍ରେସ ୱେରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଦୀପ ସିଦ୍ଧୁଙ୍କ ସହିତ ଯାତ୍ରା କରୁଥିବା ମହିଳା ଯାତ୍ରୀ ଜଣଙ୍କ ସୁରକ୍ଷିତ ଅଛନ୍ତି । ସିଦ୍ଧୁଙ୍କୁ ହସ୍ପିଟାଲ ଆଣିବା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।

୨୦୨୧ ଜାନୁଆରୀ ୨୬ ସମୟରେ ସିଦ୍ଧୁ ଲାଲକିଲ୍ଲାରୁ ଜାତୀୟ ପତାକା ହଟାଇଥିଲେ । କୃଷକ ଆନ୍ଦୋଳନ ସମୟରେ ଜାତୀୟ ପତାକା ହଟାଇ ଖଲିସ୍ତାନୀ ପତାକା ଲଗାଇଥିଲେ ସିଦ୍ଧୁ । ଏହି ଘଟଣା ପରେ ସିଦ୍ଧୁ ପ୍ରାୟ ୧୫ ଦିନ ଧରି ଫେରାର ରହିଥିଲେ ଏବଂ ଶେଷରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଥିଲା ।

ଦୀପଙ୍କ ଅସାମାନ୍ୟ ମୃତ୍ୟୁ ଖବର ଶୁଣି ତାଙ୍କ ପ୍ରଶଂସକଙ୍କ ସହିତ ପଞ୍ଜାବ ମୁଖ୍ୟମନ୍ତ୍ରୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ଦୀପ ସିଦ୍ଧୁ ୧୯୮୪ରେ ଏପ୍ରିଲ ୨ ତାରିଖରେ ପଞ୍ଜାବର ମୁକ୍ତସର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ୨୦୧୫ରେ ପ୍ରଥମ ପଞ୍ଜାବୀ ଫିଲ୍ମ ‘ରମତା ଯୋଗୀ’ରେ ନଜର ଆସିଥିଲେ। ଏହାଛଡା ୨୦୧୮ରେ ଆସିଥିବା ଫିଲ୍ମ ଜିରୋ ଦାସ ନମ୍ବରିଆରେ ଲୋକପ୍ରିୟ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.