ପାଶ୍ଚାତ୍ୟକୁ ତୃତୀୟ ବିଶ୍ବଯୁଦ୍ଧର ଚେତାବନୀ ଶୁଣାଇଲେ ପୁଟିନ

ପାଶ୍ଚାତ୍ୟକୁ ତୃତୀୟ ବିଶ୍ବଯୁଦ୍ଧର ଚେତାବନୀ ଶୁଣାଇଲେ ପୁଟିନ। ପୁନର୍ବାର ରୁଷ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପ୍ରଥମ ପ୍ରତିକ୍ରିୟାରେ ପାଶ୍ଚାତ୍ୟକୁ ତୃତୀୟ ବିଶ୍ବଯୁଦ୍ଧର ଚେତାବନୀ ଶୁଣାଇଛନ୍ତି ପୁଟିନ।

ପାଶ୍ଚାତ୍ୟକୁ ତୃତୀୟ ବିଶ୍ବଯୁଦ୍ଧର ଚେତାବନୀ ଶୁଣାଇଲେ ପୁଟିନ। ପୁନର୍ବାର ରୁଷ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପ୍ରଥମ ପ୍ରତିକ୍ରିୟାରେ ପାଶ୍ଚାତ୍ୟକୁ ତୃତୀୟ ବିଶ୍ବଯୁଦ୍ଧର ଚେତାବନୀ ଶୁଣାଇଛନ୍ତି ପୁଟିନ। ରୁଷ ସହ ଆମେରିକା ନେତୃତ୍ବାଧୀନ ନାଟୋର ସିଧା ସଳଖ ଯୁଦ୍ଧ ହେଲେ ତୃତୀୟ ବିଶ୍ବ ଯୁଦ୍ଧ ଠାରୁ ମାତ୍ର ଏକ ପାହୁଣ୍ଡ ଦୂରରେ ରହିବ ପୃଥିବୀ। ଯାହା କେହି ଚାହାନ୍ତି ନାହିଁ। ପାଶ୍ଚାତ୍ୟ ରାଷ୍ଟ୍ର ୟୁକ୍ରେନକୁ ସେନା ପଠାଇବା ପ୍ରସଙ୍ଗରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରୁଷ ରାଷ୍ଟ୍ରପତି।

ୟୁକ୍ରେନକୁ ଫ୍ରାନ୍ସ ସେନା ପଠାଇପାରେ ବୋଲି ଗତମାସରେ କହିଥିଲେ ମାକ୍ରନ। ଏ ସଂପର୍କରେ ପଚାରିବାରୁ ପୁଟିନ କହିଛନ୍ତି ସବୁ କିଛି ସମ୍ଭବ। ନାଟୋର ଅଧିକାରୀମାନେ ପୂର୍ବରୁ ୟୁକ୍ରେନରେ ଅଛନ୍ତି। ଯଦି ପାଶ୍ଚାତ୍ୟ ସେନା ପଠାଏ, ତେବେ ନାଟୋ ସହ ରୁଷର ସିଧାସଳଖ ଯୁଦ୍ଧ ହୋଇପାରେ। ୟୁକ୍ରେନ ବାହାରେ ରୁଷ ବଫର ଜୋନ କରିପାରେ ବୋଲି ମଧ୍ୟ ପୁଟିନ କହିଛନ୍ତି। ଗତ ୧୫ ରୁ ୧୭ ତାରିଖ ମଧ୍ୟରେ ରୁଷର ରାଷ୍ଟ୍ରପତି ନିର୍ବାଚନ ବେଳେ ରୁଷ ସୀମାରେ ଆକ୍ରମଣକୁ ଜୋରଦାର କରିଥିଲା ୟୁକ୍ରେନ।

ଆକ୍ରମଣ ଜାରି ରହିଲେ ୟୁକ୍ରେନ ବାହାରେ ରୁଷ ବଫର ଜୋନ କରିବ ବୋଲି ପୁଟିନ କହିଛନ୍ତି। ୧୯୬୨ କ୍ୟୁବା ମିସାଇଲ ସଂକଟ ପରେ ପାଶ୍ଚାତ୍ୟ ସହ ସଂପର୍କରେ ସବୁଠୁ ବେଶୀ ତିକ୍ତତା ଆଣିଛି ୟୁକ୍ରେନ ଯୁଦ୍ଧ। ୟୁକ୍ରେନ ଯୁଦ୍ଧ ପରେ ପୁଟିନ ଅନେକ ଥର ପରମାଣୁ ଯୁଦ୍ଧ ଚେତାବନୀ ଦେଇ ସାରିଛନ୍ତି। ତେବେ ୮୭ ପ୍ରତିଶତ ଭୋଟରେ ବିପୁଳ ବିଜୟ ସହ ପଞ୍ଚମ ଥର ପାଇଁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପୁଟିନ ବିଶ୍ବଯୁଦ୍ଧ ଚେତାବନୀକୁ ପୁଣି ଦୋହରାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.