ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ବଡ କାର୍ଯ୍ୟାନୁଷ୍ଠାନ: ହଟିଲେ ୬ ରାଜ୍ୟର ଗୃହ ସଚିବ, ବଦଳିଲେ ପଶ୍ଚିମବଙ୍ଗ ଡିଜିପି

ନିର୍ବାଚନ ଆୟୋଗ ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଗୃହ ସଚିବଙ୍କ ସହିତ ପଶ୍ଚିମବଙ୍ଗ ପୋଲିସ ଡିଜିଙ୍କୁ ହଟାଇଛନ୍ତି ।  ମିଜୋରାମ ଓ ହିମାଚଳପ୍ରଦେଶର ସାଧାରଣ ପ୍ରଶାସନ ବିଭାଗର ସଚିବଙ୍କୁ ମଧ୍ୟ ହଟାଯାଇଛି ।

ନିର୍ବାଚନ ପୂର୍ବରୁ ଭାରତୀୟ ନିର୍ବାଚନ କମିଶନଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ । ନିର୍ବାଚନ ଆୟୋଗ ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଗୃହ ସଚିବଙ୍କ ସହିତ ପଶ୍ଚିମବଙ୍ଗ ପୋଲିସ ଡିଜିଙ୍କୁ ହଟାଇଛନ୍ତି ।  ମିଜୋରାମ ଓ ହିମାଚଳପ୍ରଦେଶର ସାଧାରଣ ପ୍ରଶାସନ ବିଭାଗର ସଚିବଙ୍କୁ ମଧ୍ୟ ହଟାଯାଇଛି ।

ନିର୍ବାଚନ କମିଶନ ବିଏମସି ବୃହତମୁମ୍ବାଇ ମହାନଗରପାଳିକାର ଆୟୁକ୍ତ ଇକବାଲ ସିଂ ଚହଲ, ଅତିରିକ୍ତ ଆୟୁକ୍ତ, ଉପାୟୁକ୍ତଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ନିର୍ବାଚନ କମିଶନ ଏମାନଙ୍କୁ ହଟାଇବାର କାରଣ କହିନାହାନ୍ତି ।

ନିର୍ବାଚନ ସହିତ ଜଡିତ ଅଧିକାରୀଙ୍କ ବଦଳାଇବା ପାଇଁ ନିର୍ବାଚନ କମିଶନ ସମସ୍ତ ରାଜ୍ୟର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନେ ୩ ବର୍ଷ ପୂରଣ କରିସାରିଲେଣି କିମ୍ବା ନିଜ ଜିଲ୍ଲାରେ ରହିଛନ୍ତି । ସେମାନଙ୍କୁ ବଦଳାଇବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ୫୪୩ ଲୋକସଭା ସିଟରେ ଏପ୍ରିଲ ୧୯ରୁ ଜୁନ୍‌ ୧ ତାରିଖ ମଧ୍ୟରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ନିର୍ବାଚନ ପରେ ଭୋଟ ଗଣତି ୪ ଜୁନରେ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.