ସାପ ଘରେ ପ୍ରବେଶ କରିବା ମାତ୍ରେ କ’ଣ କରିବେ ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଲୋକମାନେ ସାପ ଦେଖିବା ମାତ୍ରେ ପ୍ରଥମେ ଭୟାଭୀତ ହୋଇଯାଆନ୍ତି ଏବଂ ଏହାକୁ ମାରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଏହା କରିବା ଉଚିତ ନୁହେଁ । ଯଦି ଆପଣ କେବେ ସାପର ସାମ୍ନା କରୁଛନ୍ତି କିମ୍ବା ଯଦି ଆପଣଙ୍କର ବନ୍ଦ ଘରେରେ ସାପ ପ୍ରବେଶ କରୁଛି । ତେବେ ଜାଣନ୍ତୁ ସେହି ସମୟରେ ଭୟାଭୀତ ନହୋଇ କ’ଣ କରିବା ଉଚିତ ।

ଯଦି ଆପଣ ଏକ ଗାଁରେ କିମ୍ବା ଜଙ୍ଗଲ ନିକଟରେ ରହୁଛନ୍ତି, ତେବେ ଆପଣ ନିଶ୍ଚିତ ଭାବେ ସାପର ସାମ୍ନା କରୁଥିବେ । ଆପଣମାନେ ତ ଜାଣିଥିବେ ଯେ ଲୋକମାନେ ସାପ ଦେଖିବା ମାତ୍ରେ ପ୍ରଥମେ ଭୟାଭୀତ ହୋଇଯାଆନ୍ତି ଏବଂ ଏହାକୁ ମାରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଏହା କରିବା ଉଚିତ ନୁହେଁ । ଯଦି ଆପଣ କେବେ ସାପର ସାମ୍ନା କରୁଛନ୍ତି କିମ୍ବା ଯଦି ଆପଣଙ୍କର ବନ୍ଦ ଘରେରେ ସାପ ପ୍ରବେଶ କରୁଛି । ତେବେ ଜାଣନ୍ତୁ ସେହି ସମୟରେ ଭୟାଭୀତ ନହୋଇ କ’ଣ କରିବା ଉଚିତ ।

ଜାଣନ୍ତୁ ଏହାକୁ ନେଇ ବିଶେଷଜ୍ଞମାନେ କ‘ଣ କହୁଛନ୍ତି :
ତେବେ ୱିକିହୋ ନାମକ ଏକ ରିପୋର୍ଟରେ ଏହି ପ୍ରଶ୍ନର ଉତ୍ତର ଦିଆଯାଇଛି । ଏଥିରେ କୁହାଯାଇଛି ଯେ ଯଦି ଆପଣ ହଠାତ୍ ସାମ୍ନାରେ ସାପ ଦେଖୁଛନ୍ତି, କିମ୍ବା ଯଦି ଆପଣଙ୍କ ଘରେ ସାପ ପ୍ରବେଶ କରୁଛି, ତେବେ କୌଣସି ଶବ୍ଦ କରନ୍ତୁ ନାହିଁ । କିମ୍ବା ତାକୁ ମାରିବାକୁ ଚେଷ୍ଟା କରନ୍ତୁ ନାହିଁ । ଯଦି ଆପଣଙ୍କ ସହିତ ଏପରି କେବେ ହେଉଛି, ତେବେ ସର୍ବପ୍ରଥମେ ଗୋଟିଏ ସ୍ଥାନରେ ଚୁପଚାପ୍ ଠିଆ ହୁଅନ୍ତୁ ଏବଂ ଦେଖନ୍ତୁ ସାପଟି ଯେଉଁ ଠାରେ ଥିଲା ସେଠାରେ ଅଛି ନା ଅନ୍ୟ କେଉଁ ସ୍ଥାନକୁ ଯିବାକୁ ଚେଷ୍ଟା କରୁଛି । ଯଦି ସେ ଅନ୍ୟ କୌଣସି ସ୍ଥାନକୁ ଯାଉଛି, ତେବେ ତାକୁ ଯିବାକୁ ଦିଅନ୍ତୁ । ବାସ୍ତବରେ କୁହାଯାଏ ସାପମାନେ ଶାନ୍ତିପୂର୍ଣ୍ଣ ପ୍ରାଣୀ, ସେମାନେ ଅନ୍ୟ ଲୋକଙ୍କ ଠାରୁ ବିପଦ ଅନୁଭବ କଲେ ହିଁ ତାଙ୍କୁ ଆଟାକ୍‌ କରିଥାନ୍ତି । ସେଥିପାଇଁ ଯଦି ସାପ ଆପଣଙ୍କ ଘରେ ପ୍ରବେଶ କରୁଛି, ତେବେ ଆପଣ ନିଜେ ଶାନ୍ତ ରହି ତାକୁ ଘରୁ ବାହାର କରିବାକୁ ଚେଷ୍ଟା କରନ୍ତୁ ।

ଏହାକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯଦି ସାପ ଆପଣଙ୍କ ଘରେ ପ୍ରବେଶ କରୁଛି, ତେବେ ସର୍ବପ୍ରଥମେ କିଛି ବି ଶବ୍ଦ ନକରି ସାପଠାରୁ ଉପଯୁକ୍ତ ଦୂରରେ ଠିଆ ହୁଅନ୍ତୁ । ଏହା ପରେ ଆପଣ ଦେଖିପାରିବେ ଯେ ଘରେ ପସିଥିବା ସାପ ଏପଟ ସେପଟ ହେବାର କିଛି ସମୟ ପରେ ଗୋଟିଏ ସ୍ଥାନରେ ସ୍ଥିର ହୋଇଯିବ । ଏପରି ହେବା ପରେ ସାପ ଧରିବା ପ୍ରଫେସନାଲକୁ ଡାକନ୍ତୁ ଏବଂ ତାଙ୍କ ସାହାଯ୍ୟରେ ସାପକୁ ଘରୁ ବାହାର କରନ୍ତୁ ।

ଯଦି ବନ୍ଦ ଘରେ ସାପ ପ୍ରବେଶ କରେ, ତେବେ ଏହାକୁ ବାଡ଼ିରେ ମାରିବାକୁ ଚେଷ୍ଟା କରନ୍ତୁ ନାହିଁ । ଏପରି କରିବା ଆପଣଙ୍କ ପାଇଁ ବିପଜ୍ଜନକ ହୋଇପାରେ । କାରଣ ବାଡ଼ିରେ ସାପକୁ ମାରିବାକୁ ଚେଷ୍ଟ କରିବା ମାତ୍ରେ ସାପଟି ଆପଣଙ୍କ ଉପରକୁ ଆଟାକ୍‌ କରିପାରେ । ବାସ୍ତବରେ ଯେତେବେଳେ ବି ସାପ ଘର ଭିତରକୁ ପ୍ରବେଶ କରେ, ତେବେ ଲୋକମାନେ ପ୍ରଥମେ ସାପକୁ ମାରିବା ବିଷୟରେ ଚିନ୍ତା କରନ୍ତି । ଯଦି ଜଣେ ମଣିଷ ଶାନ୍ତ ଭାବରେ ଏହି ସମସ୍ୟାର ସମାଧାନ ଖୋଜିବାକୁ ଚେଷ୍ଟା କରିବ, ତେବେ ଉଭୟ ସାପ ଏବଂ ମଣିଷ ସହଜରେ ବଞ୍ଚିପାରିବେ । ସେଥିପାଇଁ ଯଦି ସାପ ଆପଣ ସାମ୍ନାକୁ ଆସୁଛି କିମ୍ବା ଘରେ ପ୍ରବେଶ କରୁଛି, ତେବେ ଭୟାଭୀତ ନହୋଇ ଏପରି ଭାବେ ତାର ସାମ୍ନା କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.