ଧୋନିଙ୍କ ଟିମ୍‌ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ଇଲେକ୍ଟୋରାଲ ବଣ୍ଡରେ ଦେଇଛି ଚାନ୍ଦା, ଜାଣନ୍ତୁ କେଉଁ ପାର୍ଟିକୁ ମିଳିଛି କେତେ

ଧୋନି ଟିମ୍‌ ତାମିଲନାଡୁର AIADMK କୁ ଇଲେକ୍ଟ୍ରୋରାଲ ବଣ୍ଡ ଜରିଆରେ ପଇସା ଦେଇଥିଲା । AIADMK କୁ ଇଲେକ୍ଟ୍ରୋରାଲ ବଣ୍ଡ ଜରିଆରେ ୬.୦୫ କୋଟି ଟଙ୍କା ମିଳିଥିଲା । ଏଥିରେ ଅଧିକାଂଶ ପଇସା ଚେନ୍ନାଇ ସୁପରକିଙ୍ଗସ କ୍ରିକେଟ ଲିମିଟେଡ(ଇଣ୍ଡିଆ ସିମେଣ୍ଟ)ରୁ ଆସିଛି ।

ଇଲେକ୍ଟୋରାଲ ବଣ୍ଡ ବିବରଣୀ ସାର୍ବଜନୀନ ହେବା ପରେ ପ୍ରତିଦିନ ଏହାକୁ ନେଇ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି । କୌଣସି କମ୍ପାନୀ କିମ୍ବା ବ୍ୟକ୍ତି କେବେ ବି ରାଜନୈତିକ ଦଳକୁ ନିର୍ବାଚନ ଲଢିବାକୁ ଚାନ୍ଦା ଦେଇଛି । ଆଉ ଏହାରି ମଧ୍ୟରେ ଚେନ୍ନାଇ ସୁପରକିଙ୍ଗସ ନାମ ଇଲେକ୍ଟୋରାଲ ବଣ୍ଡ ଲିଷ୍ଟରେ ରହିଛି । ଚେନ୍ନାଇ ସୁପରକିଙ୍ଗସକୁ ଚଲାଉଥିବା କମ୍ପାନୀ ନାମ ଚେନ୍ନାଇ ସୁପରକିଙ୍ଗସ କ୍ରିକେଟ ଲିମିଟେଡ । ଏହି କମ୍ପାନୀର ପାରେଣ୍ଟିଂ ଅର୍ଗାନାଇଜେସନ ଇଣ୍ଡିଆ ସିମେଣ୍ଟ ।

ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂ ଧୋନି । ଧୋନି ଟିମ୍‌ ତାମିଲନାଡୁର AIADMK କୁ ଇଲେକ୍ଟ୍ରୋରାଲ ବଣ୍ଡ ଜରିଆରେ ପଇସା ଦେଇଥିଲା । AIADMK କୁ ଇଲେକ୍ଟ୍ରୋରାଲ ବଣ୍ଡ ଜରିଆରେ ୬.୦୫ କୋଟି ଟଙ୍କା ମିଳିଥିଲା । ଏଥିରେ ଅଧିକାଂଶ ପଇସା ଚେନ୍ନାଇ ସୁପରକିଙ୍ଗସ କ୍ରିକେଟ ଲିମିଟେଡ(ଇଣ୍ଡିଆ ସିମେଣ୍ଟ)ରୁ ଆସିଛି ।

ଚେନ୍ନାଇ ସୁପରକିଙ୍ଗସ କ୍ରିକେଟ ଲିମିଟେଡ ଦୁଇ ଦିନ ଭିତରେAIADMKକୁ ୫ କୋଟି ଟଙ୍କାର ଫଣ୍ଡିଂ କରିଥିଲା । ଏହି ଟଙ୍କା ୨୦୧୯ରେ ୨ରୁ ୪ ଏପ୍ରିଲ ମଧ୍ୟରେ ଆସିଥିଲା । ଏହାପରେ ପାର୍ଟିକୁ ଚେନ୍ନାଇ ସୁପରକିଙ୍ଗସ ତରଫରୁ କୌଣସି ପଇସା ମିଳିନଥିଲା । ନିର୍ବାଚନ କମିଶନ ‘ଇଲେକ୍ସନ ଏକ୍ସପେଣ୍ଡିଚର ଡିଭିଜନ’ର ସଚିବଙ୍କ ସହିତ ସେୟାର କରିଥିବା ସୂଚନା ମୁତାବକ, ପାର୍ଟିକୁ କୋଏମ୍ବାଟୁର ସ୍ଥିତ ଲକ୍ଷ୍ମୀ ମଶିନ ଓ୍ଵାର୍କସ ଲିମିଟେଡରୁ ୧ କୋଟି ଏବଂ ଚେନ୍ନାଇର ଗୋପାଳ ଶ୍ରୀନିବାସନରୁ ୫ ଲକ୍ଷ ଟଙ୍କା ରାଜନୈତିକ ଚାନ୍ଦା ଭାବେ ମିଳିଥିଲା ।

ଏହାଛଡା ଡିଏମକେକୁ ଇଲେକ୍ଟ୍ରୋରାଲ ବଣ୍ଡ ଜରିଆରେ ୬୫୬.୬ କୋଟି ଟଙ୍କା ମିଳିଥିଲା । ଡିଏମକେ କହିଛି, ଏହି ଇଲେକ୍ଟ୍ରୋରାଲ ବଣ୍ଡ ଜରିଆରେ ୬୫୬.୬ କୋଟିରୁ ୫୦୯ କୋଟି ଟଙ୍କାର ଫ୍ୟୁଚର ଗେମିଂ ଆଣ୍ଡ ହୋଟେଲ ସର୍ଭିସେସ ଜରିଆରେ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.