୨୦ ବର୍ଷ ପରେ ସୁନ୍ଦରଗଡ଼ରେ ମହାବଳ ବାଘ ଠାବ

ଦୁଇ ଦଶନ୍ଧି ପରେ ସୁନ୍ଦରଗଡ଼ ଜିଲ୍ଲାରେ ମହାବଳ ବାଘ ଠାବ । କ୍ୟାମେରାରେ ଟ୍ରାପ୍ ହେଲା ମହା ବଳ ବାଘ । ଏହା ମଧ୍ୟପ୍ରଦେଶରୁ ଓଡ଼ିଶା ପଳାଇ ଆସିଥିବା ସ୍ପଷ୍ଟ କରିଛି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ବା ଏନଟିସିଏ ।

ସୁନ୍ଦରଗଡ଼(କେନ୍ୟୁଜ୍‌): ଦୁଇ ଦଶନ୍ଧି ପରେ ସୁନ୍ଦରଗଡ଼ ଜିଲ୍ଲାରେ ଠାବ ହେଲା ମହାବଳ । କ୍ୟାମେରାରେ ଟ୍ରାପ୍ ହୋଇଛି ବାଘ । ଏକ ବର୍ଷ ଧରି ବାଘ ଏଠାରେ ରହିଆସୁଛି । ଏଠାରେ ତାର ଟେରିଟରି ବନେଇ ସାରିଲାଣି । ମଧ୍ୟପ୍ରଦେଶରୁ ମହାବଳ ଓଡ଼ିଶା ପଳାଇ ଆସିଥିବା ସ୍ପଷ୍ଟ କରିଛି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ବା ଏନଟିସିଏ । ମଧ୍ୟପ୍ରଦେଶର ସଞ୍ଜୟ ଗାନ୍ଧୀ ଡୁବ୍ରି ବ୍ୟାଘ୍ର ପ୍ରକଳ୍ପରୁ ଆସିଛି ଓଡ଼ିଶା । ବାଘଟି ଛତିଶଗଡ଼ର ତିନୋଟି ଅଭୟାରଣ୍ୟ ଓ ଝାଡଖଣ୍ଡ ଦେଇ ସୁନ୍ଦରଗଡ ଆସିଛି । ଶହ ଶହ କିଲୋମିଟର ପାର କରି ସୁନ୍ଦରଗଡ଼ ଜିଲ୍ଲା ଜଙ୍ଗଲରେ ପହଞ୍ଚିଛି ବାଘ । ୨୦ ବର୍ଷ ପରେ ସୁନ୍ଦରଗଡ଼ ଜିଲ୍ଲାରୁ ଠାବ ହୋଇଛି ବାଘ । ପ୍ରଜନନ ପାଇଁ ସାଥୀ ଖୋଜିବ ଏହି ମହାବଳ ବାଘ ଅଥବା ବାଘୁଣୀ ମଧ୍ୟ ଅନ୍ୟ ଟାଇଗର ରିଜର୍ଭରୁ ଏଠାକୁ ଆସିପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.