ନୋଷ୍ଟ୍ରାଡମସ୍‌ ବି ଭବିଷ୍ୟବାଣୀ କରିଥିଲେ ବ୍ରିଟିସ ମୁକୁଟ ଅଧିକାରୀଙ୍କ ମୃତ୍ୟୁ, ଏ ରାଣୀ ଦ୍ୱିତୀୟ ଏଲିଜାବେଥ ନୁହଁନ୍ତି ତ !

ଏହି ଗୁରୁବାର ବିଶ୍ୱ ଇତିହାସର ଜଣେ ପ୍ରଭାବଶୀଳ ବ୍ୟକ୍ତିତ୍ୱ ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ପରଲୋକ ଘଟିଛି । ପୃଥିବୀର ବହୁ ଗୁରୁତ୍ୱପୂର୍ଣ୍ଣ ଘଟଣାର ମୂକସାଖି ସାଜିଥିବା ଏହି ବ୍ୟକ୍ତିତ୍ୱ ଚିର ଦିନ ପାଇଁ ବିଦାୟ ନେଇଛନ୍ତି । ତାଙ୍କର ପରଲୋକରେ ବିଶ୍ୱର କୋଣ ଅନୁକୋଣରୁ ବହୁ ପ୍ରତିକ୍ରିୟା ମିଳିଛି ।

ତେବେ ୫୦୦ ବର୍ଷ ର୍ପୂବରୁ ପୃଥିବୀର ବିଭିନ୍ନ ଘଟଣା ଓ ଅଘଟଣ ସମ୍ପର୍କରେ ଭବିଷ୍ୟବାଣୀ କରିଥିବା ନୋଷ୍ଟ୍ରାଡମସ ମଧ୍ୟ ବ୍ରିଟିସ ମୁକୁଟଧାରୀଙ୍କ ଶେଷ ସମୟ ସମ୍ପର୍କରେ ଭବିଷ୍ୟବାଣୀ କରିଥିଲେ । ଯାହାକି ଏବେ ସତ୍ୟ ହୋଇଛି । ନୋଷ୍ଟ୍ରାଡମସ୍‌ ପୂର୍ବରୁ ଭବିଷ୍ୟବାଣୀ କରିଥିବା ବହୁ କଥା ସତ ହୋଇଥିଲା । ଆଜି ନୋଷ୍ଟ୍ରାଡମସଙ୍କ ବ୍ରିଟିସ ମୁକୁଟଧାରୀଙ୍କ ଶେଷ ସମୟ ନେଇ କରିଥିବା ଭବିଷ୍ୟବାଣୀ ସତ ହୋଇଛି ।

ଖାଲି ସେତିକି ନୁହେଁ ଏହା ପୂର୍ବରୁ ଟ୍ଵିନ ଟାଓ୍ଵାରର ପତନ, ହିଟଲରଙ୍କ ଉତ୍ଥାନ ଓ ହିରୋସିମା ଓ ନାଗାସିକି ଠାରେ ଅଣୁ ଅସ୍ତ୍ର ପଡିବା ନେଇ ମଧ୍ୟ ନୋଷ୍ଟ୍ରାଡମସ୍‌ ଭବିଷ୍ୟବାଣୀ କରିଥିଲେ,ଯାହାକି ସତ ହୋଇଛି ।

British queen
photo credit : marca.com

ନୋଷ୍ଟ୍ରାଡମସ ୨୦୨୨ ପାଇଁ କ’ଣ କହିଥିଲେ

ଚଳିତ ବର୍ଷ ପାଇଁ ନୋଷ୍ଟ୍ରାଡମସ କହିଥିଲେ, ପ୍ରାକୃତିକ ଉପାୟରେ ଧରାପୃଷ୍ଟ ଦୋହଲିଯିବ । ଏକ ବିଶ୍ୱ ଯୁଦ୍ଧର ଆରମ୍ଭ ହେବ ଏବଂ ଜଣେ ରାଣୀଙ୍କୁ ବିଦାୟ ଦିଆଯିବ,ଯାହା ପାଇଁ ସାରା ବିଶ୍ୱରେ ଶୋକ ପାଳନ କରାଯିବ । ଏହା ସହିତ କେତେକ ପ୍ରାକୃତିକ ବିପର୍ଯ୍ୟୟ, ଅର୍ଥନେତିକ ବିପତ୍ତି ଓ ଭୂମିକମ୍ପ ଭଳି ଅଘଟଣ ଘଟିବ ବୋଲି ନୋଷ୍ଟ୍ରାଡମସ ଭବିଷ୍ୟବାଣୀ କରିଥିଲେ । ଏହି ସମ୍ପର୍କରେ ଆଉ ଏକ ଘଟଣା ଏଠାରେ ମେଳ ଖାଉଛି ଯେ ୧୫୫୫ ରେ ନୋଷ୍ଟ୍ରାଡମସଙ୍କ ଏକ ଭବିଷ୍ୟବାଣୀ ପ୍ରକାଶ ପାଇଥିଲା । ଯେଉଁଥିରେ ପ୍ରକାଶ ପାଇଥିଲା ଯେ ୨୦୨୨ ଆରମ୍ଭରେ ବ୍ରିଟିସ କ୍ରାଉନ ଖସିପଡିବେ ।

ନୋଷ୍ଟ୍ରାଡମସ ଆହୁରି ମଧ୍ୟ କହିଥିଲେ ଯେ ଏକ ଉପକୂଳରେ ୩ ଜଣ ସୁନ୍ଦର ଶିଶୁ ଜନ୍ମ ଗ୍ରହଣ କରିବେ । ଯେଉଁମାନେ ଯୁବକ ହେବା ପରେ ବହୁତ କିଛି ନଷ୍ଟ କରିଦେବେ । ସେମାନେ ରାଜ ଶାସନକୁ ପରିବର୍ତ୍ତନ କରିଦେବେ । ଯଦି ନୋଷ୍ଟ୍ରାଡମସଙ୍କ ଏହି ତଥ୍ୟକୁ ତର୍ଜ୍ଜମା କରାଯାଏ, ତେବେ ଉପକୂଳକୁ ଥେମସ୍‌ ନଦୀ ଯାହାକି ଲଣ୍ଡନ ଦେଇ ଗତି କରିଛି । ଏହି ୩ ପିଲାମାନେ ହେଲେ ପ୍ରିନ୍ସ ଓ୍ଵିଲିୟମ, ହେନେରୀ ଓ ପ୍ରନ୍‌ସେସ୍‌ ବିଟରାଇସ । ଏହି ସମସ୍ତେ ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ନାତି ଓ ନାତୁଣୀ ।

Elizabeth
photo credit : marca.com

ଏହାଛଡ଼ା ଜଣେ ଆତ୍ମ ଘୋଷିତ ‘ଟାଇମ ଟ୍ରାଭଲର’ ଙ୍କ ଟିକ୍‌ଟିକ୍‌ ଭିଡିଓ ମଧ୍ୟ ରାଣୀ ଦ୍ୱତୀୟ ଏଲିଜାବେଥଙ୍କ ମୃତ୍ୟୁ ନେଇ ଭବିଷ୍ୟବାଣୀ କରିଥିଲେ ଯେ ୨୦୨୨ ଅକ୍ଟୋବର ୪ ତାରିଖରେ ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ମୃତ୍ୟୁ ହେବ ବୋଲି । ଯଦିଓ ଏହାର ୨୬ ଦିନ ର୍ପୂବରୁ ରାଣୀଙ୍କ ପରଲୋକ ହୋଇଛି । ଏହି ଭବିଷ୍ୟତ ବକ୍ତାଙ୍କ ଭିଡିଓ ବହୁତ ଭାଇରାଲ ହୋଇଥିଲା ।

ସେ ମଧ୍ୟ କହିଛନ୍ତି ଯେ ୨୦୨୩ ରେ ଏକ ଭୂମିକମ୍ପ କାରଣରୁ ଲଣ୍ଡନର ସବୁଠୁ ପୁରୁଣା ଘଣ୍ଟା ‘ବିଗ ବେନ’ ଭୁଶୁଡି ପଡ଼ିବ । ଯଦିଓ ‘ ରାଣୀ ୨ୟ ଏଲିଜାବେଥ’ ଙ୍କୁ ନେଇ ତାଙ୍କର ଭବିଷ୍ୟବାଣୀ ଠିକ୍‌ ହୋଇନାହିଁ,ତେବେ ଦେଖିବାକୁ ବାକି ରହିଲା ‘ବିଗ ବେନ୍‌’ କୁ ନେଇ ତାଙ୍କର ଭବିଷ୍ୟବାଣୀ କେତେ ସତ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.