Below header

ମୋଦି ସାଙ୍ଗିଆ ଟିପ୍ପଣୀ ମହଙ୍ଗା ପଡିଲା, ସରକାରୀ କ୍ୱାଟର ଛାଡି ମା’ଙ୍କ ବଙ୍ଗଳାକୁ ଗଲେ ରାହୁଳ ଗାନ୍ଧୀ,କାନ୍ଦିଲେ ଭଉଣୀ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ସରକାରୀ ବଙ୍ଗଳା ୧୨, ତୁଗଲକ୍ ଲେନ୍ ଛାଡି ମା’ଙ୍କ ବାସଭବନ ୧୦ ଜନପଥ କୁ ଯାଇଛନ୍ତି । ରାହୁଲ ଗାନ୍ଧିଙ୍କ ବଙ୍ଗଳାରେ ଥିବା ତାଙ୍କ ଆସବାବପତ୍ର ମଧ୍ୟ ଏକ ଟ୍ରକରେ ସୋନିଆ ଗାନ୍ଧିଙ୍କ ବାସଭବନକୁ ନିଆଯାଇଛି ।

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ସରକାରୀ ବଙ୍ଗଳା ୧୨, ତୁଗଲକ୍ ଲେନ୍ ଛାଡି ମା’ଙ୍କ ବାସଭବନ ୧୦ ଜନପଥ କୁ ଯାଇଛନ୍ତି । ରାହୁଲ ଗାନ୍ଧିଙ୍କ ବଙ୍ଗଳାରେ ଥିବା ତାଙ୍କ ଆସବାବପତ୍ର ମଧ୍ୟ ଏକ ଟ୍ରକରେ ସୋନିଆ ଗାନ୍ଧିଙ୍କ ବାସଭବନକୁ ନିଆଯାଇଛି ।

ସରକାରୀ ବଙ୍ଗଳା ଖାଲି କରିବା ପରେ ଏହାର ଚାବି ସେ ଲୋକସଭା ସଚିବାଳୟର ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି । ଏପ୍ରିଲ୍ ୧୪ରେ, ରାହୁଲ ଗାନ୍ଧୀ ତାଙ୍କ କିଛି ବ୍ୟକ୍ତିଗତ ଜିନିଷକୁ ମାଙ୍କ ସରକାରୀ ବାସଭବନକୁ ପଠାଇ ଦେଇଥିଲେ । ବାକି ଯାହା ଜିନିଷ ଥିଲା ଆଜି ସେ ସବୁକୁ ସ୍ଥାନାନ୍ତର କରାଯାଇଛି ।

ରାହୁଲ ପ୍ରାୟ ଦୁଇ ଦଶନ୍ଧି ଧରି ଏହି ବଙ୍ଗଳାରେ ରହୁଥିଲେ। ମାର୍ଚ୍ଚ ୨୩ରେ ସୁରତର ଏକ ଅଦାଲତ ମୋଦୀ ସାଙ୍ଗିଆ ନେଇ ନକାରାତ୍ମକ ଟିପ୍ପଣୀ ସଂକ୍ରାନ୍ତୀୟ ମାନହାନୀ ମାମଲାରେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଯାହା ଫଳରେ ତାଙ୍କର ସଂସଦ ସଦସ୍ୟପଦ ରଦ୍ଦ କରାଯାଇଥିଲା । ସଂସଦର ସଦସ୍ୟତା ରଦ୍ଦ ହେବା ପରେ ମାର୍ଚ୍ଚ ୨୭ତାରିଖରେ ଏପ୍ରିଲ ୨୨ ସୁଦ୍ଧା ତାଙ୍କୁ ବଙ୍ଗଳା ଖାଲି କରିବାକୁ ନୋଟିସ୍ ଦିଆଯାଇଥିଲା।

ପ୍ରକାଶଯୋଗ୍ୟ ଯେ ସେ କେରଳର ୱାୟାନାଡରୁ ଲୋକସଭା ସଦସ୍ୟ ଥିଲେ। ସାମ୍ବାଦିକମାନଙ୍କୁ ରାହୁଳ ତାଙ୍କ ପ୍ରତିକ୍ରିୟାରେ, ସତ କହିବାରୁ ଘର ଛାଡିବାକୁ ପଡିଛି, ତଥାପି ସତ କହିବି ଯାହା ହେଉଛି ହେଉ ବୋଲି କହିଛନ୍ତି । ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଭାଇ ଯାହା କହିଛନ୍ତି ସତ କହିଛନ୍ତି । ସରକାରଙ୍କ ବିରୋଧରେ କହିବାର ଏହା ଫଳ । ହେଲେ ସେ ବହୁତ ସାହସୀ ଆମ୍ଭେ ତାଙ୍କ ସହ ଅଛୁ ବୋଲି କହିଛନ୍ତି ପ୍ରିୟଙ୍କା । ହେଲେ  ଭାଇଙ୍କ କ୍ୱାଟର ଛାଡିବା ବେଳେ ଭଉଣୀ ପ୍ରିୟଙ୍କା ଭାବ ବିହ୍ଵଳ ହୋଇ କାନ୍ଦି ପକାଇଥିବା ଦେଖିବାକୁ ମିଳିଥିଲା ।

କିଛି ବର୍ଷ ପୂର୍ବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଏସପିଜି ସୁରକ୍ଷା ହଟାଯିବା ପରେ ଲୋଧି ଇଷ୍ଟେଟରେ ଥିବା ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା। ରାହୁଲ ଗାନ୍ଧୀ ପ୍ରଥମେ ୨୦୦୪ରେ ଉତ୍ତରପ୍ରଦେଶର ଆମେଥିରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ୨୦୧୯ରେ ସେ କେରଳର ୱାୟାନାଡରୁ ଲୋକସଭା ନିର୍ବାଚନ ଜିତିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.