ମେକାନିକ ବନିଲେ ରାହୁଲ ଗାନ୍ଧୀ, ନିଜ ହେଲିକପ୍ଟର ଠିକ କରିବା ପାଇଁ କଲେ ସାହାଯ୍ୟ

ଦେଶରେ ନିର୍ବାଚନୀ ମାହୋଲ ଚାଲିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଲୋକସଭା ନିର୍ବାଚନରେ ବ୍ୟସ୍ତ ରହିଥିବା ରାହୁଲ ଲଗାତାର ଦଳର ପ୍ରଚାର କରୁଛନ୍ତି । ହିମାଚଳ ପ୍ରଦେଶ ଉନ୍ନାରରେ ଶୁକ୍ରବାର ତାଙ୍କ ହେଲିକପ୍ଟରରେ କିଛି ତ୍ରୁଟି ଦେଖା ଦେଇଥିଲା ।ଯାହାପରେ ରାହୁଲ୍ ଗାନ୍ଧୀ ନିଜେ ଓହ୍ଲାଇ ପଡ଼ି ହେଲିକପ୍ଟରର ମରାମତି କରିବାକୁ ଲାଗି ପଡିଥିଲେ । ତେବେ ରାହୁଲଙ୍କ ହେଲିକପ୍ଟର ମରାମତିର ଫଟୋକୁ ଇଷ୍ଟାଗ୍ରାମ୍ ରେ ପୋଷ୍ଟ କରି ଲେଖିଥିଲେ, “ ଭଲ ଟିମୱାର୍କର ଅର୍ଥ ହେଉଛି ସବୁ ଲୋକ ଏକ ସଙ୍ଗେ ସମସ୍ତଙ୍କ ସହ କାମ କରିବା”।

ଫଟୋରେ ଦେଖିବାକୁ ମିଳିଛି, ରାହୁଲ ତଳକୁ ଓହ୍ଲାଇ ହେଲିକପ୍ଟରରେ କଣ ତ୍ରୁଟି ହୋଇଛି ତାହାକୁ ଦେଖୁଛନ୍ତି । ସୋସିଆଲ୍ ମିଡିଆରେ ରାହୁଲ ଗାନ୍ଧୀଙ୍କ ଦ୍ୱାରା ହେଲିକପ୍ଟର ଠିକ୍ ହେବାର ଭିଡିଓ ଭାଇରାଲ୍ ହୋଇଛି । କିଛି ଲୋକ ଏହି ଭିଡିଓ ଦେଖି ରାହୁଲଙ୍କ ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକ ନିର୍ବାଚନ ପ୍ରଚାରର ଏକ ପ୍ରୟାସ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.