Below header

ସଚିନ ପାଇଲଟ ଗୋଷ୍ଠୀର ୧୯ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନେଇ ଆଜି ହାଇକୋର୍ଟରେ ଶୁଣାଣି

ରାଜସ୍ଥାନ: ସଚିନ ପାଇଲଟ ଗୋଷ୍ଠୀର ୧୯ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନେଇ ଆଜି ହାଇକୋର୍ଟରେ ହେବ ଶୁଣାଣି। ବିଧାୟକ ଦଳ ବୈଠକରେ ଯୋଗ ନଦେବା ପରେ ସଚିନ ପାଇଲଟଙ୍କ ସମେତ ୧୯ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତି ନୋଟିସ ଜାରି କରିଥିଲେ।

ଆଜି ହାଇକୋର୍ଟଙ୍କ ରାୟ ଉପରେ ଗେହଲଟ ସରକାରଙ୍କ ଭାଗ୍ୟ ନିର୍ଭର କରିବ। ଏହା ପୂର୍ବରୁ ନିଜ ପାଖରେ ସରକାର ପାଇଁ ସଂଖ୍ୟାଗରିଷ୍ଠତା ଥିବା ନେଇ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଶନିବାର ସଂଧ୍ୟାରେ ରାଜ୍ୟପାଳ କଲରାଜ ମିଶ୍ରାଙ୍କୁ ସାକ୍ଷାତ କରି ୧୦୨ ବିଧାୟକଙ୍କ ସମର୍ଥନ ପତ୍ର ଦାଖଲ କରିଛନ୍ତି। ବିଟିପିର ଦୁଇ ବିଧାୟକ ମଧ୍ୟ ଗେହଲଟ ସରକାରଙ୍କୁ ସମର୍ଥନ ଜଣାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.