କୋଭିଡ୍ ଓ ବନ୍ଯା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା, ୭ଟି ରାଜ୍ଯର ମୁଖ୍ଯମନ୍ତ୍ରୀଙ୍କ ସହ କଲେ ଆଲୋଚନା

କେନ୍ଯୁଜ୍: ଆଜି ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିହାର, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ, ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ କୋଭିଡ୍ ସ୍ଥିତି ନେଇ ଆଲୋଚନା କରିଛନ୍ତି। ଅନ୍ଯପଟେ ଆସାମ ଏବେ କୋଭିଡ୍ ସ୍ଥିତି ସହ ବନ୍ୟାର ମୁକାବିଲା କରୁଛି । ଏନେଇ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସହ ମୋଦି କୋଭିଡ୍ ସ୍ଥିତି ସହ ବନ୍ୟା ସ୍ଥିତି ନେଇ ଆଲୋଚନା କରିଛନ୍ତି।

ରିପୋର୍ଟ ଅନୁଯାୟୀ ଆସାମରେ ବନ୍ଯାରେ ୮୧ ଜଣ ମ୍ତ୍ଯୁବରଣ କରିସାରିଛନ୍ତି। ଏନେଇ ବନ୍ୟା ବିପର୍ଯ୍ୟୟଙ୍କ ପାଇଁ ଆସାମକୁ ସହାୟତା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ସେହିପରି କରୋନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ଆବଶ୍ୟକ ସହାୟତା କେନ୍ଦ୍ର ପ୍ରଦାନ କରିବ ବୋଲି ଫୋନରେ ଆଶ୍ୱାସନା ଦେଇଛନ୍ତି ମୋଦି ।

Leave A Reply

Your email address will not be published.