କେରଳ ବନ୍ଯା ପାଇଁ ବିବାହ କଲେ ବାତିଲ ରିଚାଙ୍କ ଏହି ହିରୋ

ମୁମ୍ବାଇ : କେରଳା ଏବେ ଶତାବ୍ଦୀର ସବୁଠାରୁ ପ୍ରଳୟଙ୍କରୀ ବନ୍ଯାର ସମ୍ମୁଖିନ ହେଉଛି। ଏହି ସମୟରେ ନେତା , ଅଭିନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ଯନ୍ତ ସମସ୍ତ କେରଳାର ସାହାଯ୍ଯ ପାଇଁ ହାତ ବଢ଼ାଇଛନ୍ତି। ତେବେ ଏହି ସମୟରେ ବଡ଼ପରଦାରେ ହିରୋ ଅଭିନୟ କରିଥିବା ଅଭିନେତା ବାସ୍ତବରେ ମଧ୍ୟ ହିରୋ ପାଲଟିଛନ୍ତି। କେରଳ ବନ୍ଯା ପାଇଁ ଅଭିନେତା ରାଜୀବ ଗୋବିନ୍ଦା ନିଜର ବିବାହ ବାତିଲ କରିଛନ୍ତି। ଏହା ବିଷୟରେ ରାଜୀବଙ୍କ ସହଅଭିନେତ୍ରୀ ରିଚା ଚଢ଼ା ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ରାଜୀବ କେରଳର ନତ୍ରୁର ଜିଲ୍ଲା ରୁହାନ୍ତି ଏବେ ସେହି ଅଞ୍ଚଳରେ ବନ୍ଯା ପରିସ୍ଥିତି ଉପୁଜିଛି। ଯାହା ଫଳରେ ଅଭିନେତା ଜଣଙ୍କ ନିଜର ବିବାହକୁ ବାତିଲ କରିଛନ୍ତି। ଖାଲି ତାହା ନୁହଁ ସେ ଏହି ସମୟରେ ସାଧାରଣ ଜନତାଙ୍କ ସାହାୟତା ପାଇଁ ମଧ୍ୟ ଆଗକୁ ବଢ଼ିଥିଲେ। ତାଙ୍କ ପାଇଁ ଡ଼ଙ୍ଗା ବନାଇ ସାଧାରଣ ଜନତାଙ୍କୁ ସାହାଯ୍ଯ କରିଥିଲେ।

ନିଶ୍ଚିତ ପଢ଼ନ୍ତୁ: ଉଦ୍ଧାର, ରିଲିଫ ଓ ଥଇଥାନ ପାଇଁ ଅକ୍ଷୟ କୁମାର ଦେବେ ୭୫ ଲକ୍ଷ

ଏହି ଘଟଣା ବିଷୟରେ ରାଜୀବ ସହଅଭିନେତ୍ରୀ  ରିଚା ଚଢ଼ା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ସେ ରାଜୀବଙ୍କ ଏହି କାମକୁ ସଲାମ ଦେଇଛନ୍ତି।  ରାଜୀବ ଆକାମୀ ଫିଲ୍ମ ଶକୀଲରେ ରିଚାଙ୍କ ସହ ନଜର ଆସିବା ପାଇଁ ଯାଉଛନ୍ତି।