ନଜର ଆସିଲା ରମଜାନର ଚାନ୍ଦ, ଆଜିଠାରୁ ରଖାଯିବ ପ୍ରଥମ ରୋଜା

ଦେଶରେ ଅଲଗା ଅଲଗା ସ୍ଥାନରେ ଶନିବାର ରମଜାନର ଚାନ୍ଦ ଦେଖିବାକୁ ମିଳିଛି। ଚାନ୍ଦ ଦୃଶ୍ୟମାନ ହେବା ପରେ ରମଜାନର ମାସ ଆଜିଠୁ ଆରମ୍ଭ ହୋଇଛି । ଦିଲ୍ଲୀର ଜାମା ମସଜିଦର ଶାହି ଇମାମ ଅହମଦ ବୁଖାରୀ ଏହାର ଘୋଷଣା କରିଛନ୍ତି । ଗୋଟିଏ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମାସ ପରେ ମିଠି ଇଦ ପାଳନ କରାଯିବ । ସମଗ୍ର ଦୁନିଆରେ ମୁସଲମାନ ରମଜାନର ପବିତ୍ର ମାସ ପାଳନ କରନ୍ତି । ଲୋକେ ଦିନରେ ନିଜର ପ୍ରଥମ ଭୋଜନ ପାଇଁ ସକାଳେ ଶୀଘ୍ର ଉଠନ୍ତି ଏବଂ ସନ୍ଧ୍ୟାରେ ଇଫତାର ସହ ନିଜ ଉପବାସ ଭାଙ୍ଗିଥାନ୍ତି । ରମଜାନକୁ ରମଦାନ ମଧ୍ୟ କୁହାଯାଏ । ଏହି ମାସକୁ ଏ ରମଜାନ ମଧ୍ୟ କୁହାଯାଏ।

ଦାରୁଲ ଉଲୁମର ମୋହତମିମ ମୌଲାନା ମୁଫତି ଅବୁଲ କାସିମ ନୋମାନୀ କହିଛନ୍ତି, ପ୍ରଥମ ରୋଜା ରବିବାର ପାଳନ କରାଯିବ। ମୋହତମିମ ସମସ୍ତ ଦେଶବାସୀଙ୍କୁ ମୁକଦ୍ଦସ ରମଜାନ ମାସର ଅଭିନନ୍ଦନ ଜଣାଇଛନ୍ତି ।

ରମଜାନ ଇସଲାମିକ କ୍ୟାଲେଣ୍ଡରର ୯ ମାସରେ ପଡିଥାଏ। ଏହି ମାସ ସାରା ମୁସଲମାନ ରୋଜା ରଖିଥାନ୍ତି। ଗୋଟେ ମାସ ରମଜାନ ସରିବା ପରେ ଇଦ୍‌ ଉଲ୍‌ ଫିତର ପାଳନ କରାଯାଏ। ରମଜାନ ପାଖାପାଖି ୧୪୦୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.