ଆଇଏଏସ୍ ସ୍ତରରେ ପୁଣି ଅଦଳବଦଳ: ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ହେଲେ ବରିଷ୍ଠ IAS ବୀର ବିକ୍ରମ ଯାଦବ

ଭୁବନେଶ୍ୱର(କେନ୍ୟୁଜ୍): ଆଇଏଏସ୍ ସ୍ତରରେ ପୁଣି ଅଦଳବଦଳ । ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ହେଲେ ବୀର ବିକ୍ରମ ଯାଦବ । ବରିଷ୍ଠ IAS ବୀର ବିକ୍ରମ ଯାଦବଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ,  ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସହିତ ଖାଦ୍ୟ ଓ ଯୋଗାଣ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ମଧ୍ୟ ତୁଲାଇବେ ।

ସେହିପରି ଆଇଏଫ୍ଏସ୍ ସଞ୍ଜିବ କୁମାର ଚଢ଼ା ହୋଇଛନ୍ତି ଏଗ୍ରିକଲ୍ଚର ଓ ମାର୍କେଟିଂ ନିର୍ଦ୍ଦେଶକ । ସମନ୍ୱୟ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତାଙ୍କୁ ଦିଆଯାଇଛି । ସେହିପରି ଶୁଭମ୍ ସକ୍କେନାଙ୍କୁ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ ଭାବେ ମଧ୍ୟ ସେ ଅତିରିକ୍ତ ଦାୟିତ୍ୱ ତୁଳାଇବେ ।

ଏହାସହିତ ନିକୁଞ୍ଜ କିଶୋର ସୁନ୍ଦରରାୟ ହେଲେ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ । କେନ୍ଦ୍ରୀୟ ଡେପୁଟେସନରୁ ଫେରିବାପରେ ମୋନା ଶର୍ମାଙ୍କ ବଦଳରେ ତାଙ୍କୁ ମିଳିଛି ଏହି ଦାୟିତ୍ୱ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.