Below header

ତୋର ଅଧାକୁ ମୋର ଅଧା : ଝଗଡ଼ା ପରେ ଥାନା ଭିତରେ ସ୍ୱାମୀକୁ ଏମିତି ଭାଗ କଲେ ଦୁଇ ପତ୍ନୀ

ରାଞ୍ଚିର ସଦର ଥାନାରେ ଘଟିଥିବା ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କ ଦୁଇ ପତ୍ନୀ ନିଜ ପତିଙ୍କ ସହ ସମୟ କାଟିବା ନେଇ ସପ୍ତାହର ଦିନ ଗୁଡିକୁ ବାଣ୍ଟି ନେଇଛନ୍ତି । ପତି ଗୋଟେ ସପ୍ତାହର ପ୍ରଥମ ୩ ଦିନ ପ୍ରଥମ ପତ୍ନୀଙ୍କ ସହ ଓ ବାକି ୩ ଦିନ ୨ୟ ପତ୍ନୀଙ୍କ ସହ କାଟିବେ ବୋଲି ସ୍ଥିର ହୋଇଛି । ଆଉ ଏହି ଘଟଣା ଆଉ କେଉଁଠି ନୁହେଁ ବରଂ ଖୋଦ ଥାନାରେ ହିଁ ଘଟିଛି । ଆଉ ସବୁଠୁ ମଜାଦାର କଥା ହେଉଛି ଦୁଇ ପତ୍ନୀ ନିଜ ପତିଙ୍କୁ ସପ୍ତାହର ଗୋଟେ ଦିନ ଛୁଟି ଦେଇଛନ୍ତି ଯେଉଁ ଦିନ ସେ ନିଜ କାମ କରିବେ । ପ୍ରକୃତରେ ଏହି ଘଟଣାଟିର ଆରମ୍ଭ ହୋଇଥିଲା ଏହିପରି ।

ଶନିବାର ବ୍ୟକ୍ତି ଜଣଙ୍କର ୨ୟ ପତ୍ନୀ ଥାନାକୁ ନିଜ ଅଭିଯୋଗ ନେଇ ଆସିଥିଲେ । ତାଙ୍କର ଅଭିଯୋଗ ଥିଲା ଯେ ତାଙ୍କ ପତି ପ୍ରାୟ ୫ ଦିନ ହେବ ଘରକୁ ଆସି ନାହାନ୍ତି କି ତାଙ୍କ ସହ ସମୟ ବିତେଇ ନାହାନ୍ତି । ସେ ଆହୁରି ମଧ୍ୟ ଅଭିଯୋଗ ଆଣିଥିଲେ କି ତାଙ୍କ ପତି ଏବେ ପ୍ରଥମ ପତ୍ନୀଙ୍କ ସହ ଅଧିକ ସମୟ କାଟୁଛନ୍ତି । ବ୍ୟକ୍ତିଙ୍କ ପ୍ରଥମ ପତ୍ନୀ ଜଣକ ବି ସମାନ ଧରଣର ଅଭିଯୋଗ ନେଇ ଆସିଥିଲେ | ଦୁହିଁଙ୍କ ଅଜବ ଅଭିଯୋଗରେ ପୋଲିସକୁ ବି ହରଡ ଘଣାରେ ପଡ଼ିବାକୁ ପଡିଥିଲା । ପରେ ପୋଲିସ କର୍ମଚାରୀ ପତି ରାଜେଶଙ୍କୁ ଥାନାକୁ ଡାକି ବୁଝାସୁଝା କରିଥିଲେ । ଏହି ଘଟଣା ପରେ ରାଜେଶ ତାଙ୍କ ୨ୟ ପତ୍ନୀଙ୍କ ସହ ଯାଇଥିବା ଜଣା ଯାଇଛି ।

ସୂତ୍ର ଅନୁଯାୟୀ ପୂର୍ବରୁ ମଧ୍ୟ ପୋଲିସ ନିକଟକୁ ସମାନ ଅଭିଯୋଗ ନେଇ ଦୁଇ ମହିଳା ଆସିଥିଲେ । ସେହି ସମୟରେ ତାର ସମାଧାନ ମଧ୍ୟ ହୋଇଥିଲା । ସେ ସମୟରେ ଠିକ ହୋଇଥିଲା କି ଆଗକୁ ଯଦି ଏମିତି ପରିସ୍ଥିତି ଉପୁଜେ ତେବେ ସ୍ୱାମୀଙ୍କ ଦିନକୁ ଦୁହିଁଙ୍କ ଭିତରେ ବଣ୍ଟାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.