କରୋନା ଡରରେ ପିଲା ଜନ୍ମ କରୁ ନାହାନ୍ତି ଆମେରିକୀୟ, ରିସର୍ଚ୍ଚରେ ହେଲା ଖୁଲାସା ଏ ବର୍ଷ ଜନ୍ମ ନେବେ ୫୦ ପ୍ରତିଶତ କମ୍ ଶିଶୁ

କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ଆମେରିକାରେ ୫ ଲକ୍ଷ କମ୍‌ ଛୁଆ ଜନ୍ମ ହେବେ। ଓ୍ଵାଶିଂଟନ୍‌ର ବ୍ରୁକିଂସ୍‌ ଇନ୍‌ଷ୍ଟିଟ୍ୟୁସନ୍‌ ତରଫରୁ ଆୟୋଜିତ ଏକ ରିସର୍ଚ୍ଚରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ୨୦୦୭-୨୦୦୯ର ମାନ୍ଦାବସ୍ଥା ଓ ୧୯୧୮ରେ ସ୍ପେନିସ୍‌ ଫ୍ଲୁ ବେଳେ ଆମେରିକାରେ ହୋଇଥିବା ଫର୍ଟିଲିଟି ଅଧ୍ୟୟନର ସମୀକ୍ଷା କରିବା ପରେ ଏହି ନିଷ୍କର୍ଷ ବାହାରିଛି।

Video of Caring Mother with Stock Footage Video (100% Royalty-free ...

ପୂର୍ବ ରିସର୍ଚ୍ଚର ତଥ୍ୟ ଓ କରୋନା ମହାମାରୀ ବେଳେ ବଢ଼ିଥିବା ବେରୋଜଗାରର ଆକଳନ କରିବା ପରେ ରିସର୍ଚ୍ଚକର୍ତ୍ତା ଏହି ଖୁଲାସା କରିଛନ୍ତି। ରିପୋର୍ଟରେ କୁହାଯାଇଛି, କରୋନା ଯୋଗୁ ଚଳିତବର୍ଷ ଆମେରିକାରେ ୩ ଲକ୍ଷରୁ ୫ ଲକ୍ଷ କମ୍‌ ଶିଶୁ ଜନ୍ମ ନେବେ। ନ୍ୟୁୟର୍କର ମାର୍ଚ୍ଚ ଅଫ୍‌ ଡାଇମ୍ସର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାହୁଲ ଗୁପ୍ତା କହିଛନ୍ତି ତାଙ୍କ ଟିମ୍‌ର ରିସର୍ଚ୍ଚ ମୁତାବକ ଚଳିତବର୍ଷ ଜନ୍ମ ହାର ବଢ଼ିବା ବଦଳରେ କମିବ।

Childbirth and Pregnancy Classes - Caring for Newborns and New ...

ବ୍ରୁକିଂସ୍‌ ଇନ୍‌ଷ୍ଟିଟ୍ୟୁସନ୍‌ ଅନୁସାରେ ମାନ୍ଦାବସ୍ଥା ବେଳେ ଶିଶୁ ଜନ୍ମ ସଂଖ୍ୟା ୯ ପ୍ରତିଶତ କମ୍‌ ହୋଇଥିଲା। ସେତେବେଳେ ୪ ଲକ୍ଷ କମ୍‌ ପିଲା ଜନ୍ମ ହୋଇଥିଲେ। ସେହିପରି ୧୯୧୮ରେ ସ୍ପେନିଶ ଫ୍ଲୁ ବେଳେ ଜନ୍ମ ହାର ୧୨.୫ ପ୍ରତିଶତ ହ୍ରାସ ପାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.