ବିବାହ ପୂର୍ବରୁ ଜାତକ ନୁହେଁ ବରଂ ଏସବୁ ଜିନିଷ ମିଳାନ୍ତୁ, ସୁଖରେ କଟିବ ଦାମ୍ପତ୍ୟ ଜୀବନ

ବିବାହ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସ୍ପେଶାଲ ହୋଇଥାଏ। ଏଣୁ ସମସ୍ତେ ନିଜ ବିବାହକୁ ନିଆରା ଢଙ୍ଗରେ କରିବାକୁ ସ୍ୱପ୍ନ ଦେଖିଥାନ୍ତି। ତେବେ ବର୍ତ୍ତମାନ ସମୟ ବଦଳିଥିଲେ ମଧ୍ୟ ଲୋକମାନେ ବିବାହ ପୂର୍ବରୁ ଜାତକ ମେଳାଇବାକୁ କିନ୍ତୁ ଭୁଲୁ ନାହାନ୍ତି। ରାଶି ମିଶି ରାଜଯୋଟକ ପଡ଼ିବା ପରେ ଅଧିକାଂଶ ଲୋକ ବିବାହ ପାଇଁ ଆଗଭର ହେଉଛନ୍ତି। କିନ୍ତୁ ଏବେ ଯେତେ ଜାତକ ମିଶାଇ ବିବାହ କଲେ ମଧ୍ୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିବା ଦେଖାଯାଇଛି। ଝଗଡ଼ା ଉଗ୍ର ରୂପ ନେଲେ ବେଳେ ବେଳେ କଥା ଛାଡ଼ପତ୍ର ଯାଏଁ ବି ଯାଉଛି। ଏଣୁ ବିବାହ ପୂର୍ବରୁ କେବଳ ଜାତକ ନୁହେଁ ଅନ୍ୟ ବିଷୟଗୁଡ଼ିକ ପ୍ରତି ମଧ୍ୟ ଧ୍ୟାନ ଦେବା ଜରୁରୀ, ଯାହା ଫଳରେ ବୈବାହିକ ଜୀବନ ସୁରୁଖୁରୁରେ କଟିବ। ତେବେ ଆସନ୍ତୁ ଜାଣିବା ବିବାହ ପୂର୍ବରୁ କି କି ଦିଗ ପ୍ରତି ଯତ୍ନବାନ ହେବା ଉଚିତ…

Questions to Ask Before Marriage

-ବିବାହ ପୂର୍ବରୁ ପାର୍ଟନରଙ୍କ ବ୍ଲଡ୍‌ ଗ୍ରୁପ କ’ଣ ଜାଣନ୍ତୁ। ଏହା ଦ୍ୱାରା ସନ୍ତାନ ଜନ୍ମ ବେଳେ ସମସ୍ୟା ଉପୁଜିବ ନାହିଁ।

-ପାର୍ଟନରଙ୍କ ଚିନ୍ତାଧାରା ଆପଣଙ୍କ ସହ କେତେ ମିଶୁଛି ତାହା ପୂର୍ବରୁ ହିଁ ପରଖି ନିଅନ୍ତୁ। ଫଳରେ ପରେ ସାଥୀଙ୍କ ସହ ଉତ୍ତମ ବୁଝାମଣା ରହିବ।

9 Money Talks to Have Before Getting Married - The Savvy Couple

-ଭାବି ସ୍ୱାମୀ/ସ୍ତ୍ରୀଙ୍କ ଖରାପ ଗୁଣ କ’ଣ, ଭଲ ଗୁଣ କ’ଣ ତାହା ଜାଣନ୍ତୁ। ଏହା ଦ୍ୱାରା ପରେ ପରିବାର ମଧ୍ୟରେ ମତଭେଦ ସୃଷ୍ଟି ହେବ ନାହିଁ।

-ପାର୍ଟନର ଆପଣଙ୍କୁ ନିଜ ବିଷୟରେ କେତେ ସତ କଥା କହୁଛନ୍ତି ତାହା ମଧ୍ୟ ଜାଣନ୍ତୁ। ଏଥିରୁ ଜାଣିଯିବେ ଭବିଷ୍ୟତରେ ସେ ଆପଣଙ୍କ ସହ କେତେ ମ୍ୟାଚ୍‌ କରିବେ।

14 Tips to Make Living Together Before Marriage Work

-ଯାହା ସହ ବିବାହ କରିବାକୁ ଯାଉଛନ୍ତି ସେ ଆପଣଙ୍କ ପାଇଁ କେତେ ଦୂର ଫିଟ୍‌ ତାହା ପରଖି ନିଅନ୍ତୁ।

-ଜାତକ ଅପେକ୍ଷା ଏସବୁ ଜିନିଷ ଉପରେ ଧ୍ୟାନ ଦେଲେ ଦାମ୍ପତ୍ୟ ଜୀବନ ଅଧିକ ମଧୁମୟ ହେବ ବୋଲି ଏକ୍ସପର୍ଟ ମତ ଦିଅନ୍ତି।

You might also like