Below header

ଆଗାମୀ ଦିନରେ କେଉଁଠି ହେବ କରୋନା ଭାଇରସ୍‌ର ହଟ୍‌ସ୍ପଟ୍‌, ଗବେଷକ ଦେଲେ ତଥ୍ୟ

ନୂଆଦିଲ୍ଲୀ :  କରୋନା ଭାଇରସ୍‌ କବଳରୁ ବିଶ୍ୱ ମୁକ୍ତି ପାଇନାହିଁ । କରୋନାର ଯେପରି ଭାବେ ୨ ୟ ଓ ୩ୟ ଲହର ବ୍ୟାପୀବାରେ ଲାଗିଛି ସେହିପରି କରୋନାର ନୂଆ ଷ୍ଟ୍ରେନ ମଧ୍ୟ ମଢ଼ିଚାଲିଛି । ତବେ ଆଗାମୀରେ ପୁଣି କେଉଁଠୁ କରୋନ ଭାଇରସ ଉତ୍ପତ୍ତି ହେବ ଓ ଏହା ହଟ୍‌ସ୍ପଟ୍‌ ହେବ । ତାହାର ତଥ୍ୟ ଏବେଠୁ ବୈଜ୍ଞାନିକମାନେ ଜାରି କଲେଣି ।

ଏହି ହଟ୍‌ସ୍ପଟ୍‌ ସ୍ଥାନରେ ରହିଛି ଚୀନ୍‌ର ଅଧିକାଂଶ ଅଞ୍ଚଳ । ତା ତଳକୁ ରହିଛି ଜାପାନ ଓ ଉତ୍ତର ଫିଲିପାଇନ୍ସର କିଛି ଅଞ୍ଚଳ । ଏହି ସବୁ ସ୍ଥାନରେ ବାଦୁଡ଼ିମାନଙ୍କର ଅଧିକ ଉପସ୍ଥିତି ରହିଛି । ତେଣୁ ଏଠାରେ ବାଦୁଡ଼ିମାନଙ୍କ ଠାରୁ ମନୁଷ୍ୟ ଦେହକୁ କରୋନା ଭାଇରସ ବ୍ୟାପୀବାର ଅଧିକ ଆଶଙ୍କା ରହିଛି । ଏହି ଗବେଷଣା ପଶ୍ଚିମ ୟୁରୋପରୁ ଦକ୍ଷିଣ ପୂର୍ବ ଏସିଆ ପର୍ଯ୍ୟନ୍ତ କରାଯାଇଛି ।

ଗବେଷଣା କରିଛନ୍ତି ବର୍କେଲ ସ୍ଥିତ ୟୁନିଭରସିଟି ଅଫ୍‌ କାଲିଫର୍ଣ୍ଣିଆର ଗବେଷକମାନେ । ଏହାଦ୍ୱାରା ଗବେଷକମାନେ ଗ୍ଲୋବାଲ ହଟ୍‌ସ୍ପଟ୍‌ ଚିହ୍ନଟ କରିବାରେ ସକ୍ଷମ ହୋଇଛନ୍ତି । ଆଗାମୀରେ ଏହାପ୍ରତି କି ସତର୍କତା ପଦକ୍ଷେପ ଗ୍ରହଣ କରାଯିବ ସେ ସମ୍ପର୍କରେ ଏବେ ଠୁ ଚିନ୍ତା କରିବା ଆବଶ୍ୟକ ବୋଲି ଗବେଷକ ସତର୍କ କରାଇ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.