ଘରେ ମାତ୍ର ୧୫ ମିନିଟରେ ବନାନ୍ତୁ ଟେଷ୍ଟୀ ମୁଢ଼ି ଲଡୁ

ଆବଶ୍ୟକ ସାମଗ୍ରୀ

୫୦୦ ଗ୍ରାମ – ମୁଢ଼ି
୨୦୦ ଗ୍ରାମ – ଗୁଡ
କପ୍‌ କପ୍‌ – ପାଣି
୩-୪ ଚାମଚ ତେଲ

ପ୍ରସ୍ତୁତି ପ୍ରଣାଳୀ

ଏକ କଡାରେ ତେଲ ପକାଇ ଧୀମା ଆଞ୍ଚରେ ଗରମ କରନ୍ତୁ। ଏବେ ଏଥିରେ ମୁଢ଼ି ପକାଇ ହାଲକା ଭାଜି ଦିଅନ୍ତୁ। ଧ୍ୟାନ ରଖନ୍ତୁ ଆଞ୍ଚକୁ ଅଧିକ ଫ୍ଲେମରେ ରଖନ୍ତୁନାହିଁ। ନଚେତ ମୁଢ଼ି ଜଳିଯିବ। ଗୁଡକୁ ଭାଙ୍ଗି ଅଲଗା ରଖିଦିଅନ୍ତୁ। ଏବେ ଅନ୍ୟ ଏକ କଡାରେ ତେଲ କରି ଗରମ କରନ୍ତୁ ଏବଂ ସେଥିରେ ଗୁଡ ଏବଂ ପାଣି ପକାଇ ଫୁଟାନ୍ତୁ। ମଝିରେ ମଝିରେ ଏହାକୁ ଚଲାଉ ଥାଆନ୍ତୁ। ଯେତେବେଳେ ଗୁଡ ତାର ଭଳି ହୋଇଯିବ ସେତେବେଳେ ମୁଡି ପକଇ ମିଶାଇ ଦିଅନ୍ତୁ। ଏହାପରେ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏବେ ଏହି ମିଶ୍ରଣକୁ ନେଇ ଲଡୁ ବନାଇ ଦିଅନ୍ତୁ। ଯେତେବେଳେ ଲଡୁରୁ ଗୁଡ ସୁଖିଯିବ ସେତେବେଳେ ଡବାରେ ଭରି ରଖିଦିଅନ୍ତୁ ଏବଂ ଯେତେବେଳେ ମନ ହେବ ଖାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.