ଛିଃ ଧର୍ମ ସହିବନି! ଘରେ ପଶି ସ୍ୱାମୀଙ୍କୁ ଗୁଳି ମାରିବା ପରେ ପିଲାଙ୍କ ସାମ୍ନାରେ ମହିଳାଙ୍କୁ ଦୁଷ୍କର୍ମ କଲେ ରୁଷ୍‌ ସେନା

ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଯେତେ ଯେତେ ଲମ୍ବା ହେଉଛି ସେତିକି କ୍ରୁର ହେଉଛନ୍ତି ରୁଷ୍‌ ସେନା। ସେମାନଙ୍କ ବୀଭତ୍ସ ଚେହେରା ଏବେ ପୂରା ଦୁନିଆ ସାମ୍ନାକୁ ଆସୁଛି। ପ୍ରଥମେ ବୁଚାରେ ନରସଂହାର ଓ ଏବେ କିଭ୍‌ରେ ତାଙ୍କ ବ୍ୟବହାର ମନୁଷତ୍ୱ ପ୍ରତି ଲଜ୍ଜା ହୋଇଯାଇଛି। ପୂରା ଦୁନିଆ ଏବେ ରୁଷ୍‌କୁ ଛି ଛି କହିବା ଆରମ୍ଭ କରିଦେଲେଣି।

କିଭ୍‌ରେ ଆକ୍ରମଣ ବେଳେ ରୁଷ୍‌ ସେନା ସେଠାକାର ମହିଳାଙ୍କୁ ଅନେକ ଥର ବଳାତ୍କାର କରିଛନ୍ତି। ଏହି ଲଜ୍ଜାଜନକ ଘଟଣା ମହିଳାଙ୍କ ପରିବାର ଓ ପିଲାଙ୍କ ସାମ୍ନାରେ କରାଯାଇଛି। ଯୁଦ୍ଧର ଏହି କ୍ରୁର ଓ ବୀଭତ୍ସ ଚେହେରା ଦେଖିବା ପରେ ସମସ୍ତଙ୍କ ଛାତି ଥରି ଉଠିଛି। ଲୋକମାନେ ଏବେ ରୁଷ୍‌ ସେନାଙ୍କୁ ଅଭିଶାପ ଦେଉଥିବା ଦେଖାଯାଇଛି।

ୟୁକ୍ରେନ୍‌ର ସାଂସଦ ମାରିୟା ମେଜେଣ୍ଟ ସେବାଙ୍କ କହିବାନୁସାରେ, ଏହି ମହିଳାଙ୍କ ସହ ରୁଷ୍‌ ସୈନ୍ୟମାନେ ଅନେକ ଥର ବଳାତ୍କାର କରିସାରିଲେଣି। ଏସବୁ ମହିଳାଙ୍କ ପିଲାଙ୍କ ସାମ୍ନାରେ ହିଁ କରାଯାଇଛି। ଏହା ପୂର୍ବରୁ ରଷ୍‌ ସେନା ଘରେ ପଶି ମହିଳାଙ୍କ ସ୍ୱାମୀଙ୍କୁ ଗୁଳି ମାରି ଦେଇଥିଲେ। ଏହି ମହିଳାଙ୍କ ପରିବାର କିଭ୍‌ରେ ରୁହନ୍ତି ଓ ଯୁଦ୍ଧ ଯୋଗୁ ଅନେକ ଦିନ ହେଲାଣି ଘରେ ହିଁ ଲୁଚିକି ଅଛନ୍ତି। ତଥାପି ରୁଷ୍‌ ସେନା ତାଙ୍କୁ ଖୋଜି ବାହାର କରିଛନ୍ତି।

ଏ ନେଇ ମହିଳା ସାଂସଦ କହିଛନ୍ତି, ଆମେ ଏହି ଘଟଣା ପରେ ଚୁପ୍‌ ବସିବୁ ନାହିଁ। ଏହି ଘଟଣାକୁ ଦେଖି ସେ ଛୁଆ ମନରେ କଣ ଆସୁଥିବ। ଛୁଆଙ୍କ ବାପାକୁ ଗୁଳି ମାରି ଦିଆଗଲା ଓ ତା ମା’କୁ ରେପ୍‌ କରାଯାଇଛି। ଆମେ ଏହି ଘଟଣାକୁ ଲୋକ ଲୋଚନକୁ ଆଣିବୁ ଓ ମହିଳାଙ୍କୁ ନ୍ୟାୟ ଦେବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ୟୁକ୍ରେନ୍‌ ସାଂସଦ।

Also Read: ରାମଚରଣ ଓ ଜୁନିୟର ଏନ୍‌ଟିଆରଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର! ନିର୍ମାଣ ହେବ RRR ର ଦ୍ୱିତୀୟ ପାର୍ଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.