୧୨ ଦିନରେ ରୁଷ-ୟୁକ୍ରେନ୍‌ ଲଢ଼େଇ: ଋଷର ଘନଘନ ରକେଟ ମାଡରେ ୟୁକ୍ରେନର ଭିନେସ୍ତିଆ ବିମାନବନ୍ଦର ଧ୍ୱଂସ, ଆଜି ପୁଣି ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ୧୨ ଦିନରେ ରୁଷ-ୟୁକ୍ରେନ୍‌ ଲଢ଼େଇ । ବଢ଼ୁଛି ଯୁଦ୍ଧର ବିଭୀଷିକା । ବିକଳାଙ୍ଗ ହେଉଛି ଗୋଟିଏ ପରେ ଗୋଟିଏ ସହର । ଋଷର ଘନଘନ ରକେଟ ମାଡରେ ୟୁକ୍ରେନର କେନ୍ଦ୍ରୀୟ ପଶ୍ଚିମାଞ୍ଚଳର ରାଜଧାନୀ ଭିନେସ୍ତିଆ ବିମାନବନ୍ଦର ଧ୍ୱଂସ ହୋଇଛି । ୮ଟି କ୍ଷେପଣାସ୍ତ୍ର ମାଡ କରି ଋଷ ସେନା ଏହାକୁ ନଷ୍ଟ କରିଛି । ଦାବି ପୂରଣ ହେଲେ ୟୁକ୍ରେନରେ ଯୁଦ୍ଧ ବିରତି ଘୋଷଣା କରିବାକୁ ପୁଟିନ୍‌ ସ୍ପଷ୍ଟ କରିଛନ୍ତି ।

ସେପଟେ ୟୁକ୍ରେନ୍‌ ଆକାଶମାର୍ଗକୁ ନୋ ଫ୍ଳାଇଂ ଜୋନ୍‌ ଘୋଷଣା କରିବାକୁ ନାଟୋ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିବା ବେଳେ ନାଟୋ ଏହାକୁ ଆଗ୍ରାହ୍ୟ କରି ଦେଇଛି । ଯଦି ୟୁକ୍ରେନ୍‌ ଆକାଶ ସୀମା ବନ୍ଦ କରାଯାଏ ତେବେ ଶତ୍ରୁପକ୍ଷର କୌଣସି ବିମାନ ଏହା ଉପରେ ଉଡି ପରିବନି । ତେବେ ନାଟୋ ଯଦି ଏହାକରେ, ତେବେ ସିଧା ସଳଖ ଯୁଦ୍ଧରେ ସାମିଲ ହୋଇଛି ବୋଲି ବୁଝିବାକୁ ହେବ ଓ ଏହାର ପରିମାଣ ଅଧିକ ଭୟଙ୍କର ହେବ ବୋଲି ପୁଟିନ୍‌ ପାଲଟା ଧମକ ଦେଇଛନ୍ତି । ଆଜି ପୁଣି ଦ୍ୱିପାକ୍ଷିକ ପ୍ରତିନିଧି ମଣ୍ଡଳୀର ୩ୟ ପର୍ଯ୍ୟାୟ ଆଲୋଚନା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.