ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ କିଛି ତାଜା ଖବର, ଜାଣି ନିଅନ୍ତୁ

୧-ୟୁକ୍ରେନ୍ ଦାବି କଲା ଆମେ ରୁଷ୍ର ୮୦୦ ସୈନିକଙ୍କୁ ମାରିଛୁ। ୩୦ଟି ଟ୍ୟାଙ୍କ ଓ ୭ଟି ଯୁଦ୍ଧ ବିମାନକୁ ଧ୍ୱଂସ କରିଛୁ।
୨-କଟକଣା ପରେ ରୁଷିଆ ଆଉ ୟୁରୋ, ଡଲାର ଓ ପାଉଣ୍ଡର ବ୍ୟବହାର କରିବ ପାରିବ ନାହିଁ।
୩-ସାରା ବିଶ୍ୱ ରୁଷ୍ ବିରୋଧରେ ସ୍ୱର ଉଠାଇଥିବା ବେଳେ ଚୀନ୍ ତା ସହିତ ବନ୍ଧୁତା କରିବାକୁ ପ୍ରସ୍ତାବ ଦେଇଛି ।
୪-ଆମେରିକା ରାଷ୍ଟ୍ରପତି ଜୋଏ ବାଇଡେନ୍ କହିଲେ ପୁଟିନ୍ଙ୍କୁ ସମର୍ଥନ କରୁଥିବା ଦେଶ ଉପରେ ଆମର କଡ଼ା ନଜର ରହିଛି ।
୫-ଆତି ଯୁଦ୍ଧର ତୃତୀୟ ଦିନରେ ୧୯୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା।
୬-ନାଟୋର ଘୋଷଣା ପରେ ବ୍ରିଟିଶ ସେନା ୟୁକ୍ରେନ୍ ମୁହାଁ ହେଲେ ।
୭-ବୁଲଗେରିଆ, ପୋଲାଣ୍ଡ ଏବଂ ଚେକ୍ ଗଣତନ୍ତ୍ରରୁ ବିମାନ ସେବାକୁ ବନ୍ଦ କଲା ରୁଷିଆ ।
୮-ଇଂଲିଶ ଚ୍ୟାନେଲ ଠାରେ ରୁଷିଆର ଗୋଟିଏ ଜାହାଜକୁ ଜବତ କଲା ଫ୍ରାନ୍ସ।
୯-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେଲେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି। ଜାତିସଂଘ ନିରାପତ୍ତା ପରିଷଦରେ ସମର୍ଥନ ଲୋଡ଼ିଲେ ।
୧୦- ରୁଷ୍ ସେନା ୟୁକ୍ରେନ୍ର କିଭ୍ ଆଡ଼କୁ ମାଡ଼ି ଚାଲିଥିବା ବେଳେ ଚେକ୍ ଗଣତନ୍ତ୍ର ୟୁକ୍ରେନ୍କୁ ସମର୍ଥନ କରି ଯୁଦ୍ଧାସ୍ତ୍ର ପଠାଇବାକୁ ଘୋଷଣା କଲା ।