ୟୁକ୍ରେନର ରାଜଧାନୀ କିଭ ଆଡକୁ ଅଗ୍ରସର ହେଉଛି ଋଷ ସେନା, ସାମରିକ ବ୍ୟବସ୍ଥାକୁ ଏୟାରଷ୍ଟ୍ରାଇକ କରି ଉଡାଇଦେଲା

କେନ୍ୟୁଜ୍(ବ୍ୟୁରୋ): ଜଳୁଛି ୟୁକ୍ରେନ । ଋଷିଆ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ। ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି। ଆକ୍ରମଣର ଆଜି ଦ୍ୱିତୀୟ ଦିନରେ ରାଜଧାନୀ କିଭ ଆଡକୁ ଅଗ୍ରସର ହେଉଛି ଋଷ ସେନା । କିଭରେ ଶୁଣିବାକୁ ମିଳିଛି ଭୟଙ୍କର ବିସ୍ଫୋରଣର ଶଦ୍ଦ। କିଭ ଉପରେ ଲଗାତର ରକେଟ ମାଡ଼ କରୁଛି ଋଷ । ମିସାଇଲ ଓ ଆର୍ଟିଲେରୀ ଆକ୍ରମଣ । ୟୁକ୍ରେନକୁ ୩ ପଟୁ ଘେରିଛି ଋଷିଆ। ୟୁକ୍ରେନର ସାମରିକ ବ୍ୟବସ୍ଥାକୁ ଏୟାରଷ୍ଟ୍ରାଇକ କରି ଉଡାଇଦେଇଛି ଋଷିଆ।
ଉତ୍ତର, ଦକ୍ଷିଣ, ପୂର୍ବ ପଟୁ ଋଷ ସ୍ଥଳ ସେନା ୟୁକ୍ରେନ ମଧ୍ୟକୁ ପ୍ରବେଶ କରିଛି। ୧ଲକ୍ଷ ଲୋକ କିଭ ଛାଡି ପଶ୍ଚିମକୁ ଗଲେଣି । ଚେର୍ଣ୍ଣୋବିଲ ପରମାଣୁ ରିଆକ୍ଟର ପ୍ଲାଣ୍ଟକୁ କବଜା କରିଛି ଋଷ । ୟୁକ୍ରେନ୍ର ୭୦ରୁ ଅଧିକ ମିଲିଟାରୀ ବେସ୍କୁ ଧ୍ୱଂସ କରିଛି ପୁଟିନ୍ ସେନା । ଏହା ଭିତରେ ଅଛି ୧୧ଟି ଏୟାର ଫିଲ୍ଡ୍, ୩ଟି କମାଣ୍ଡ ପୋଷ୍ଟ ଓ ୧୮ଟି ରାଡାର ଷ୍ଟେସନ୍ । ୟୁକ୍ରେନ୍ର ଆଣ୍ଟି ଏୟାରକ୍ରାଫ୍ଟ ମିଶାଇଲ୍ ସିଷ୍ଟମ୍କୁ ମଧ୍ୟ ଧ୍ୱଂସ କରି ଦେଇଥିବା ଦାବି କରିଛି ରୁଷ ।