କିଭ୍‌ ଉପରେ ରୁଷର ମିସାଇଲ ହମଲା : ଚାରିଆଡେ ଧୂଆଁମୟ, ଆକ୍ରମଣରେ ୬ ମୃତ ୧୦ ଆହତ

ନୂଆଦିଲ୍ଲୀ : କିଭ୍‌ ଉପରେ ରୁଷର ହମଲା । କିଭ୍‌ ଉପରେ ରୁଷର ମିସାଇଲ ହମଲା । ଯୁଦ୍ଧ ରୋକିବା ପାଇଁ ଜାତିସଂଘ ସମେତ ବିଭିନ୍ନ ଦେଶର ଅପିଲ କରିବା ପରେବି, କାହା କଥା ଶୁଣି ନାହିଁ ମସ୍କୋ । ୟୁକ୍ରେନର ବିଭିନ୍ନ ସହର ଉପରେ ଏବେ ବି ଆକ୍ରମଣ ଜାରି ରଖିଛି ପୁଟିନ ସେନା । ଏପରିକି ସଂଯୁକ୍ତ ରାଷ୍ଟ୍ରର ମୁଖ୍ୟ ଏଂଟୋନିୟୋ ଗୁଟେରସ୍ ୟୁକ୍ରେନ୍ ରାଜଧାନୀ କିବରେ ଥିବାବେଳେ ମିଜାଇଲ ମାଡ କରିଛି ରୁଷ୍ ।ମିସାଇଲ ଆକ୍ରମଣରେ ଏକ ୨୫ ମହଲା ବିଲଡିଂକୁ ଟାର୍ଗେଟ କରାଯାଇଛି । ଏଥିରେ ୧୦ ଆହତ ହୋଇଛନ୍ତି । ଖାରକିଭ୍‌ ଉପରେ ମଧ୍ୟ ହମଲା ହୋଇଛି । ଯେଉଁଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି ।

ତେବେ ମିସାଇଲ୍ ମାଡରେ କିଭର ୬ ଜଣଙ୍କ ,ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ୧୦ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ ଜାତିସଂଘ ପ୍ରମୁଖଙ୍କ ସହ ତାଙ୍କ ପୁରା ଟିମ୍ ସୁରକ୍ଷିତ ଥିବା ସୂଚନା ମିଳିଛି । ୟୁକ୍ରେନ ଯିବା ପୂର୍ବରୁ ମସ୍କୋ ଯାଇ ରୁଷ୍ ରାଷ୍ଟ୍ରପତି ପୁଟିନଙ୍କ ସହ ୱାନ-ଟୁ-ୱାନ୍ ଆଲୋଚନା, କରିଥିଲେ ଏଂଟୋନିୟୋ । ଯୁଦ୍ଧ ବନ୍ଦ କରିବା ପାଇଁ ଅପିଲ କରିଥିଲେ । ହେଲେ, ରୁଷ୍ ସେନା ଏବେ ବି ଜାରି ରଖିଛି ଆକ୍ରମଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.