ଆହୁରି ଭୟଙ୍କର ହେବ ରୁଷ- ୟୁକ୍ରେନ ୱାର, ଯୁଦ୍ଧକୁ ଆହୁରି ଘନେଇବାକୁ ରୁଷ ସାମିଲ କଲା ନୂଆ ଚିଫ୍ ଅଫ ଜେନେରାଲ ଷ୍ଟାଫ
ନୂଆଦିଲ୍ଲୀ : ଆହୁରି ଭୟଙ୍କର ହେବ ରୁଷ -ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ବିରୋଧୀ ଯୁଦ୍ଧରେ ନେତୃତ୍ୱ ନେବେ ଖୋଦ୍ ରୁଷର ଚିଫ ଅଫ ଜେନେରାଲ ଷ୍ଟାଫ । ୟୁକ୍ରେନର ଦାୟିତ୍ୱରେ ଥିବା କମାଣ୍ଡର ସର୍ଜେଇ ସୁରୋଭିକିନ୍ଙ୍କୁ ହଟାଇଛନ୍ତି ପୁଟିନ । ନିଯୁକ୍ତିର ୩ ମାସରେ ହଟିଲେ ସୁରୋଭିକିନ୍। ଜନେରାଲ ସର୍ଗେଇ ସୁରୋଭିକିନ୍ଙ୍କ ସ୍ଥାନ ନେବେ ରୁଷର ଚିଫ୍ ଅଫ ଜେନେରାଲ ଷ୍ଟାଫ ଭାଲେରି ଗେରାସିମୋଭ ।
ସେ 2012ରୁ ରୁଷର ଚିଫ୍ ଅଫ ଜେନେରାଲ ଷ୍ଟାଫ ଅଛନ୍ତି । ଗେରୋସିମୋଭ ସବୁଠାରୁ ଦୀର୍ଘ ସମୟ ଧରି ଏହି ପଦବୀରେ ରହିଥିବା ଅଧିକାରୀ । ଜେନେରାଲ ସୁରୋଭିକିନ ତାଙ୍କ ଡେପୁଟୀ ଅଛନ୍ତି। ସିରିଆରେ କ୍ରୁରତାର ସହ ଆକ୍ରମଣ ପାଇଁ ସୁରୋଭିକିନ ଜେନେରାଲ ଆର୍ମାଗେଡନ ଭାବେ କୁଖ୍ୟାତ ଅର୍ଜନ କରିଥିଲେ । ସେ ଅକ୍ଟୋବରେ ଦାୟିତ୍ୱ ନେବା ପରଠାରୁ ୟୁକ୍ରେନର ବିଦ୍ୟୁତ ଭିତ୍ତିଉପରେ ଜୋରଦାର ଆକ୍ରମଣ ହୋଇଥିଲା । ଫଳରେ ଲକ୍ଷଲକ୍ଷ ୟୁକ୍ରେନବାସୀ ଶୀତରେ ବିନା ବିଦ୍ୟୁତ ଓ ପାଣିରେ ଅଛନ୍ତି । ତାଙ୍କ ଦାୟିତ୍ୱ ସମୟରେ ହିଁ ଖେରସୋନରୁ ରୁଷ ସେନା ହଟିଥିଲା। ଯାହା ୟୁକ୍ରେନ ପାଇଁ ବଡ଼ ବିଜୟ ଥିଲା । ବେଶ କିଛି ଦିନ କ୍ଷତି ସହିବା ପରେ ରୁଷ ସେନା ଏବେ ପୂର୍ବ କ୍ଷେତ୍ରରେ ଧିରେଧିରେ ସଫଳତା ପାଉଛି। ଏ ସମୟରେ ସୁରୋଭିନଙ୍କୁ ହଟାଯାଇଛି । ତେଣୁ ଅନେକଙ୍କୁ ଏ ପଦକ୍ଷେପ ଆଶ୍ଚର୍ଯ୍ୟ କରିଛି ।