ସାଧ୍ୱୀ ପ୍ରଜ୍ଞାଙ୍କ ବୟାନକୁ ନେଇ ରାଜନୈତିକ କରିଡରରେ ଝଡ଼: କହିଲେ, ‘ବିଜେପି ନେତାଙ୍କ ଉପରେ ବିରୋଧୀ ତନ୍ତ୍ର ଶକ୍ତି ପ୍ରୟୋଗ କରୁଛି’

ଭୋପାଳର ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କ ଏକ ବୟାନ ରାଜନୈତିକ କରିଡରରେ ସୃଷ୍ଟି କରିଛି ନୂଆ ଝଡ଼। ଗତ କିଛିଦିନ ଭିତରେ ବିଜେପି ନେତାମାନଙ୍କ ନିଧନକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ସାଧ୍ୱୀ। ସେପଟେ କଂଗ୍ରେସ ମଧ୍ୟ ପ୍ରତି ଆକ୍ରମଣ କରିଛି। ସାଧ୍ୱୀଙ୍କ ବୟାନ ଉପରେ କଡ଼ା ଜବାବ ରଖିଛି ମଧ୍ୟପ୍ରଦେଶ କଂଗ୍ରେସ। ଏହା ନିଜ ଅଫିସିଆଲ ହ୍ୟାଣ୍ଡେଲରେ ଏ ନେଇ ଟୁଇଟ୍ କରିଛି।
ଏହା ହେଉଛି ସାଧ୍ୱୀଙ୍କ ବୟାନ
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ୍ ଗୌର ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀଙ୍କ ଶୋକସଭାରେ ସାଧ୍ୱୀ ପହଞ୍ଚିଥିଲେ। ସେଠାରେ ସେ କହିଥିଲେ, ‘ବିଜେପି ନେତାଙ୍କ ଉପରେ ବିରୋଧୀ ତନ୍ତ୍ର ଶକ୍ତି ପ୍ରୟୋଗ କରୁଛି। ଜନତା ସେମାନଙ୍କୁ ଭାବିଚିନ୍ତି ଚୟନ କରିଥିବେ, କିନ୍ତୁ ଏମିତି କେବେ ଭାବି ନ ଥିବେ’। ଟୁଇଟରେ ଆଗକୁ ଲେଖା ହୋଇଛି, ‘ଜସ୍ ଆପୁନ୍, ତସ୍ ଆନହୁ ଜାନି? ହେ ପ୍ରଭୁ, ସଂସଦର ରକ୍ଷା କରନ୍ତୁ’।
ଏହାସହ ପଢନ୍ତୁ: ଗିରଫ ହେଲେ ବିହାରର ବାହୁବଳି ବିଧାୟକ ଅନନ୍ତ ସିଂ, ଘରୁ ଜବତ ହୋଇଥିଲା ବେଆଇନ ଅସ୍ତ୍ରଶସ୍ତ୍ର
ସାଧ୍ୱୀ ଆଉ ମଧ୍ୟ କହିଛନ୍ତି, ‘ବହୁତ ଖରାପ ସମୟ ଚାଲୁଛି। ବିରୋଧୀ ଭାରତୀୟ ଜନତା ପାର୍ଟିକୁ କ୍ଷତି ପହଞ୍ଚାଇବା ପାଇଁ ତନ୍ତ୍ର ଶକ୍ତି ପ୍ରୟୋଗ କରୁଛି। ମୁଁ ଯେତେବେଳେ ନିର୍ବାଚନ ଲଢ଼ିଲି, ଜଣେ ମହାରାଜ ଆସିଲେ ଏବଂ କହିଲେ, ଆପଣ ଆପଣଙ୍କ ସାଧନା କମ୍ କରିବେ ନାହିଁ। କାହିଁକି ନା, ବହୁତ ଖରାପ ସମୟ ଚାଲିଛି’।
ଏଠାରେ କହି ରଖୁଛୁ କି, ଅଗଷ୍ଟ ମାସରେ ବିଜେପିର କେତେଜଣ ବରିଷ୍ଠ ନେତାଙ୍କ ନିଧନ ହୋଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ମୋଦି ସରକାରଙ୍କ ବୈଦେଶିକ ମନ୍ତ୍ରୀ ରହିଥିବା ସୁଷମା ସ୍ୱରାଜ, ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବଂ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ଗୌର ପରଲୋକ ଗମନ କରିଛନ୍ତି। ଗତବର୍ଷ ଅଗଷ୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତ ହୋଇଥିଲା।
#WATCH Pragya Thakur,BJP MP: Once a Maharaj ji told me that bad times are upon us&opposition is upto something, using some ‘marak shakti’ against BJP.I later forgot what he said,but now when I see our top leaders leaving us one by one,I am forced to think,wasn’t Maharaj ji right? pic.twitter.com/ZeYHkacFJj
— ANI (@ANI) August 26, 2019