ସାହାରା ଗ୍ରୁପ୍‌କୁ ବଡ଼ ଝଟ୍‌କା! ପୁଣି ୩ଟି କମ୍ପାନୀକୁ ବ୍ୟାନ୍‌ କଲେ ସରକାର, ଏବେ ଆଉ ଟଙ୍କା ଜମା କରିପାରିବେନି ଲୋକେ

ସରକାରଙ୍କ ପକ୍ଷରୁ ସାହାରା ଗ୍ରୁପର ତିନିଟି କମ୍ପାନୀରେ ଲୋକଙ୍କ ଟଙ୍କା ଜମା କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ବୁଧବାର ସରକାର କହିଛନ୍ତି, ସାହାରା ସମୂହର ୩ ଫର୍ମୋ- ସାହାରା କ୍ରେଡିଟ୍‌ କୋଅପରେଟିଭ୍‌ ସୋସାଇଟି ଲିମିଟେଡ୍‌, ସାହାରା ୟୁନିଭର୍ସାଲ ମଲ୍ଟିପର୍ପଜ ସୋସାଇଟି ଲିମିଟେଡ୍‌ ଓ ହମାରା କ୍ରେଡିଟ୍‌ କୋ ଅପରେଟିଭ୍‌ ସୋସାଇଟି ଲିମିଟେଡ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କୋର୍ଟ।

କେନ୍ଦ୍ରୀୟ ସହକାରିତା ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ୨୨ ମାର୍ଚ୍ଚର ଆଦେଶ ମୁତାବକ, ଉତ୍ତର ପ୍ରଦେଶର ଲକ୍ଷ୍ନୌ ସ୍ଥିତ ସାହାରା କ୍ରେଡିଟ୍‌ କୋଅପରେଟିଭ୍‌ ସୋସାଇଟି ଲିମିଟେଡ୍‌, ଭୋପାଳ ସ୍ଥିତ ସାହାରା ୟୁନିଭର୍ସାଲ ମଲ୍ଟି ପର୍ପଜ ସୋସାଇଟି ଲିମିଟେଡ୍‌ ଓ ପଶ୍ଚିମବଙ୍ଗ କୋଲକାତା ସ୍ଥିତ ହମାରା ଇଣ୍ଡିଆ କ୍ରେଡିଟ୍‌ କୋଅପରେଟିଭ୍‌ ସୋସାଇଟି ଲିମିଟେଡ୍‌ରେ ଲୋକଙ୍କୁ ଟଙ୍କା ଜମା ରଖିବାକୁ ମନା କରାଯାଇଛି।

କର୍ପୋରେଟ୍‌ ମନ୍ତ୍ରାଳୟ ମୁତାବକ, ସାହାରା କ୍ରେଡିଟ୍‌ କୋଅପରେଟିଭ୍‌ ସୋସାଇଟି ଲିମିଟେଡ୍‌, ସାହାରା ୟୁନିଭର୍ସାଲ ମଲ୍ଟିପର୍ପଜ ସୋସାଇଟି ଲିମିଟେଡ୍‌, ହମାରା ଇଣ୍ଡିଆ କ୍ରେଡିଟ୍‌ କୋଅପରେଟିଭ୍‌ ସୋସାଇଟି ଲିମିଟେଡ୍‌ ଉପରେ ଲୋକଙ୍କ ଟଙ୍କା ରଖିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି କମ୍ପାନୀ ଏବେ ଆଉ ଲୋକଙ୍କର କୌଣସି ଟଙ୍କା ଜମା କରିପାରିବେ ନାହିଁ।

ସାହାରା ସମୂହ ପକ୍ଷରୁ ୨୦୨୦ ଅକ୍ଟୋବରରେ କୁହାଯାଇଥିଲା, ସେମାନେ ଗତ ୭୫ ଦିନରେ ନିଜ ୪ ସହକାରୀ ଋଣ ସମିତିର ୧୦ ଲକ୍ଷରୁ ଅଧିକ ସଦସ୍ୟଙ୍କୁ ୩୨୨୬ କୋଟି ଟଙ୍କାର ପେମେଣ୍ଟ କରିଛନ୍ତି। ସେତେବେଳେ ସାହାରା ପକ୍ଷରୁ କୁହାଯାଇଥିଲା ଯେ ପେମେଣ୍ଟ କରିବାରେ ଟିକେ ବିଳମ୍ବ ହୋଇଯାଇଛି। ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗତ ୮ ବର୍ଷ ହେଲାଣି ଲାଗିଥିବା ପ୍ରତିବନ୍ଧକ ଯୋଗୁ ଏହି ବିଳମ୍ବ ହୋଇଛି ବୋଲି କମ୍ପାନୀ କହିଥିଲା।

Also Read: ପ୍ରକାଶ ପାଇଲା ନିଟ୍‌ ୟୁଜି ୨୦୨୨ର ପରୀକ୍ଷା ତାରିଖ, ଏଠାରେ ସମସ୍ତ ସୂଚନା ପାଇପାରିବେ ପରୀକ୍ଷାର୍ଥୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.