ଚାରିଦିନର ପୁଅକୁ ନେଇ ହସପିଟାଲରୁ ଫେରିଲେ କମେଡି କୁଇନ ଭାରତୀ, ସାମ୍ନାକୁ ଆସିଲା ଫଟୋ

କେମଡି କୁଇନ ଭାରତୀ ଏବଂ ହର୍ଷ ଲିମ୍ବାଚିଆ ୪ ଦିନ ପୂର୍ବରୁ ବାପା ମା ହୋଇଛନ୍ତି। ଭାରତୀ ଏପ୍ରିଲ ୩ ତାରିଖରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ପିଲା ଜନ୍ମ ହେବାର ୩ ଦିନ ପରେ ଭାରତୀ ଏବଂ ହର୍ଷଙ୍କ ପ୍ରଥମ ଫ୍ୟାମିଲି ଫଟୋ ସାମ୍ନାକୁ ଆସିଛି। ଏହି କମେଡି ଦମ୍ପତି ନବଜାତ ପୁତ୍ରକୁ ଧରି ହସପିଟାଲରୁ ଘରକୁ ଯାଉଥିବା ନଜର ଆସିଛନ୍ତି।

ନିକଟରେ ଭାରତୀ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ନେଇ ହର୍ଷ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଫଟୋ ସେୟାର କରି ହର୍ଷ ଲେଖିଥିଲେ ‘ଇଟ୍ସ ଏ ବେବି ବୟ’। ହର୍ଷ ଏବଂ ଭାରତୀୟ ପିଲା ହେବା ଖବର ଶୁଣି ତାଙ୍କର ଅନେକ ଫ୍ୟାନ୍ସ ଏବଂ ସେଲିବ୍ରିଟିମାନେ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଥିଲେ।

 

View this post on Instagram

 

A post shared by Viral Bhayani (@viralbhayani)

ସୂଚନାଯୋଗ୍ୟ, ଭାରତୀ ମା’ ହେବା ପୂର୍ବରୁ ଏକ ଖବର ଗୁଜବ ଭାବେ ଚାରିଆଡେ ପ୍ରସାରିତ ହେଉଥିଲା। ଭାରତୀ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଭାରତୀ ବୋଲି ସମସ୍ତେ ଚର୍ଚ୍ଚା ଚାଲିଥିଲା। ଯାହାକୁ ନେଇ ଭାରତୀ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଥିଲେ, ମୋତେ ଶୁଭେଚ୍ଛା ଦେଉଥିବା ପ୍ରିୟଜନ ମାନଙ୍କର ବାର୍ତ୍ତା ମୋ ନିକଟକୁ ଲଗାତାର ଭାବେ ଆସିବାରେ ଲାଗିଛି ।  ଖବର ଉଠିଛିକି ମୁଁ ଏକ ଝିଅକୁ ଜନ୍ମ ଦେଇଛି କିନ୍ତୁ ପ୍ରକୃତରେ ଏହା ସତ ନୁହେଁ ।  ମୁଁ ଏବେ ଖତରା ଖତରା ସେଟରେ ଅଛି ।  କାମରେ ବ୍ୟସ୍ତ ଥିଲେ ସୁଦ୍ଧା କାମରୁ ୧୫ ରୁ ୨୦ ମିନିଟର ବ୍ରେକ ନେଇ ମୁଁ ଲାଇଭ ଆସି ସ୍ପଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲି ।

ମୋତେ ଡର ଲାଗୁଛି କାରଣ ଡେଲିଭରି ଡେଟ ପାଖେଇ ଆସୁଛି ।  ହର୍ଷ ଆଉ ମୁଁ ଏନେଇ ଚିନ୍ତିତ ଅଛୁକି ହବାକୁ ଥିବା ଶିଶୁର ଯତ୍ନ କିଏ ନେବ ।  କିନ୍ତୁ ଏହା ନିଶ୍ଚିତଯେ ପିଲାଟି ନିଶ୍ଚିତ ରୂପେ ମଜାଳିଆ ଥିବ ।  କାରଣ ଆମ ଦୁଇ ଜଣଙ୍କ ସ୍ୱଭାବ ମଜାଳିଆ ।