ଚାଷୀଙ୍କୁ ସବ୍‌ସିଡି ନାଁରେ ୬ କୋଟିରୁ ଅଧିକ ଟଙ୍କା ହଡପ୍‌ ଘଟଣା, ୨ଗିରଫ

ଭୁବନେଶ୍ବର(କେନ୍ୟୁଜ୍): ଚାଷୀଙ୍କୁ ସବ୍‌ସିଡି ନାଁରେ ୬ କୋଟିରୁ ଅଧିକ ଟଙ୍କା ହଡପ୍‌। ୬ କୋଟିରୁ ଅଧିକ ସରକାରୀ ସବ୍‌ସିଡି ହଡପ୍‌ ଅଭିଯୋଗରେ ଦୁଇ ଗିରଫ। ଶୀତଲ ଆଗ୍ରୋ ଇନ୍‌ପୁଟ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଦୁଇ ଜଣଙ୍କୁ ଗିରଫ କରିଛି EOW ।

ସେମାନେ ହେଲେ ସଂସ୍ଥାର ଦୁଇ ନିର୍ଦ୍ଦେଶକ ତଥା ଦୁଇ ଭାଇ ମାନସରଞ୍ଜନ ଦାଶ ଓ ତାପସ କୁମାର ଦାଶ । ରାଜ୍ୟର ୧୯ଟି ଜିଲ୍ଲାର ଚାଷୀଙ୍କଠାରୁ ସବ୍‌ସିଡି ହଡପ୍‌ ହୋଇଥିବା EOWର ସୂଚନା ଦେଇଛି ।

ଅନ୍‌ଲାଇନ୍‌ରେ ସବ୍‌ସିଡି ଦେବା, ବିକ୍ରି, ଯନ୍ତ୍ରପାତି କ୍ଷେତ୍ରରେ ଅନିୟମିତତା, ବିଭିନ୍ନ କାଗଜପତ୍ର, ସରକାରୀ ବିଲ୍‌ ଓ ମେସିନ୍‌ କିଣା ନାଁରେ ଟଙ୍କ ହଡପ୍‌ ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.