Below header

‘ସନାତନ ଧର୍ମ ଡେଙ୍ଗୁ ଓ ମ୍ୟାଲେରିଆ ଭଳି…’, ତାମିଲନାଡ଼ୁ ସିଏମ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ଙ୍କ ବୟାନକୁ ନେଇ ତେଜିଲା ବିବାଦ

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ଙ୍କ ବିବାଦୀୟ ବୟାନ। ସନାତନ ଧର୍ମକୁ ନେଇ ବଡ଼ ବୟାନ ଦେଇଛନ୍ତି ଉଦୟନିଧି, ଯାହାକୁ ନେଇ ବିବାଦ ଦେଖାଦେଇଛି। ଉଦୟନିଧି ଏକ ସଭାକୁ ସମ୍ବୋଧିତ କରି ସନାତନ ଧର୍ମକୁ ଡେଙ୍ଗୁ ଓ ମ୍ୟାଲେରିଆ ସହିତ ତୁଳନା କରିଛନ୍ତି।

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ଙ୍କ ବିବାଦୀୟ ବୟାନ। ସନାତନ ଧର୍ମକୁ ନେଇ ବଡ଼ ବୟାନ ଦେଇଛନ୍ତି ଉଦୟନିଧି, ଯାହାକୁ ନେଇ ବିବାଦ ଦେଖାଦେଇଛି। ଉଦୟନିଧି ଏକ ସଭାକୁ ସମ୍ବୋଧିତ କରି ସନାତନ ଧର୍ମକୁ ଡେଙ୍ଗୁ ଓ ମ୍ୟାଲେରିଆ ସହିତ ତୁଳନା କରିଛନ୍ତି। ସେପଟେ ଉଦୟନିଧିଙ୍କର ଏଭଳି ବୟାନ ପରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି।

ରିପୋର୍ଟ ମୁତାବକ, ତାମିଲନାଡ଼ୁର ଯୁବ କଲ୍ୟାଣ ଓ କ୍ରୀଡ଼ା ବିକାଶ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ କହିଛନ୍ତି ଯେ ସନାତନକୁ କେବଳ ବିରୋଧ କରାଯିବା ଉଚିତ୍‌ ନୁହେଁ, ବରଂ ଏହାକୁ ସମାପ୍ତ କରିଦେବା ହିଁ ଦରକାର। ସେ ନିଜ ବୟାନରେ କହିଛନ୍ତି, ସନାତନ ଧର୍ମ ସାମାଜିକ ନ୍ୟାୟ ଏବଂ ସମାନତାର ବିରୋଧୀ। କିଛି ଜିନିଷକୁ ବିରୋଧ କରାଯାଇ ପାରିବ ନାହିଁ, ତାହାକୁ ଶେଷ କରିଦେବା ହିଁ ଉଚିତ୍‌। ଆମେ ଡେଙ୍ଗୁ, ମ୍ୟାଲେରିଆ କିମ୍ବା କରୋନାକୁ ବିରୋଧ କରିପାରିବା ନାହିଁ, ଏହାକୁ ଆମକୁ ଶେଷ କରିବାକୁ ହେବ। ଏହିଭଳି ସନାତନ ଧର୍ମକୁ ମଧ୍ୟ ଆମକୁ ଶେଷ କରିବାକୁ ପଡ଼ିବ।

ଉଦୟନିଧିଙ୍କ ବୟାନକୁ ବିଜେପି ଆଇଟି ସେଲ୍‌ର ମୁଖ୍ୟ ଅମିତ୍‌ ମାଲବୀୟ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ ଉଦୟନିଧି ଦେଶର ୮୦ ପ୍ରତିଶତ ଜନସଂଖ୍ୟାର ନରସଂହାର ପାଇଁ ଆହ୍ଵାନ ଦେଇଛନ୍ତି। ସେହିପରି ‘ଦ କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ମଧ୍ୟ ଉଦୟନିଧିଙ୍କ ବୟାନକୁ କଡ଼ା ବିରୋଧ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.