ପାକିସ୍ତାନ: ସରବଜିତ୍‌ ସିଂଙ୍କ ହତ୍ୟାକାରୀ ସଫା, ଦୁର୍ବୃତ୍ତ ଗୁଳିରେ ଟଳିଲା ଅଣ୍ଡରୱାର୍ଲ୍ଡ ଡନ୍ ଅମିର ସରଫରାଜ

ଗୁଳିମାଡ଼ରେ ଟଳିଲା ଅଣ୍ଡରୱାର୍ଲ୍ଡ ଡନ୍ ଅମିର ସରଫରାଜ । ପାକିସ୍ତାନର ଲାହୋରରେ ଅଜଣା ଦୁର୍ବୃତ୍ତ ତାଙ୍କୁ ଗୁଳି କରି ମାରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।

ଗୁଳିମାଡ଼ରେ ଟଳିଲା ଅଣ୍ଡରୱାର୍ଲ୍ଡ ଡନ୍ ଅମିର ସରଫରାଜ । ପାକିସ୍ତାନର ଲାହୋରରେ ଅଜଣା ଦୁର୍ବୃତ୍ତ ତାଙ୍କୁ ଗୁଳି କରି ମାରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଅମିର ସରଫରାଜ ହେଉଛନ୍ତି ସେହି ବ୍ୟକ୍ତି, ଯିଏ ISI ନିର୍ଦ୍ଦେଶରେ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ ସରବଜିତ ସିଂଙ୍କୁ ହତ୍ୟା କରିଥିଲେ । ପାକିସ୍ତାନର କୋଟ ଲଖପତ ଜେଲରେ ଅମିର ସରଫରାଜ ସରବଜିତଙ୍କୁ ପଲିଥିନରେ ଗଳା ଚାପି ପିଟିପିଟି ମାରିଥିଲେ ।

ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ନିର୍ଦ୍ଦେଶରେ ଅମିର ତାଙ୍କୁ ନିର୍ଯାତନା ଦେଇ ମାରିଥିଲେ । ପାକିସ୍ତାନରେ ଗୁପ୍ତଚର ଅଭିଯୋଗରେ ପାକିସ୍ତାନୀ ସେନା ପଞ୍ଜାବର ସରବଜିତଙ୍କୁ ଧରିଥିଲା ।

କହି ରଖୁଛୁ, ସରବଜିତ୍ ସିଂ ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ତରନ୍ ତାରନ୍ ଜିଲ୍ଲାର ଭିଖିୱିନ୍ଦ ଗ୍ରାମରେ ରହୁଥିବା ଜଣେ କୃଷକ ଥିଲେ । ୧୯୯୦ ଅଗଷ୍ଟ ୩୦ରେ ସେ ଅଜାଣତରେ ପାକିସ୍ତାନ ସୀମାରେ ପହଞ୍ଚିଯାଇଥିଲେ । ସେଠାରେ ତାଙ୍କୁ ପାକିସ୍ତାନ ସେନା ଗିରଫ କରିଥିଲା । ଲାହୋର ଏବଂ ଫେସଲାବାଦରେ ହୋଇଥିବା ବୋମା ବିସ୍ଫୋରଣର ଅଭିଯୁକ୍ତ ସଜାଇ ସରବଜିତ ସିଂଙ୍କୁ ଜେଲ୍‌ରେ ବନ୍ଦୀ କରି ଦିଆଯାଇଥିଲା ।

ଏହି ବୋମା ବିସ୍ଫୋରଣରେ ୧୪ ଜଣ ଲୋକଙ୍କ ଜୀବନ ଚାଲିଯାଇଥିଲା । ୧୯୯୧ରେ ବୋମା ବିସ୍ଫୋରଣ ଅଭିଯୋଗରେ ସରବଜିତ ସିଂଙ୍କୁ ଫାଶୀ ଦଣ୍ଡ ଶୁଣାଯାଇଥିଲା । ଏପରି କି, ଲାହୋରର କୋଟ ଲଖପତ ଜେଲରେ ବନ୍ଦୀମାନେ ସରବଜିତଙ୍କ ଉପରେ ଆକ୍ରମଣ କରିଥିଲେ । ଏହାପରେ ପାକିସ୍ତାନ ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରିଥିଲା ।

ଭାରତୀୟ ନାଗରିକ ସରବଜିତ୍ ପାକିସ୍ତାନ ଜେଲରେ ଥିବାବେଳେ ଭାରତକୁ ଚିଠି ପଠାଇଥିଲେ । ଏହି ଚିଠିରେ ସେ ଲେଖିଥିଲେ, ‘ମୋତେ ଗତ ଦୁଇ ତିନି ମାସ ହେବ ଖାଦ୍ୟରେ କିଛି ମିଶ୍ରିତ କରି ଦିଆଯାଉଛି । ଏହାକୁ ଖାଇବା ଦ୍ୱାରା ମୋ ଶରୀର ତରଳି ଯାଉଛି । ମୋ ବାମ ହାତରେ ବହୁତ ଯନ୍ତ୍ରଣା ହେଉଛି ଏବଂ ଡାହାଣ ଗୋଡ କ୍ରମାଗତ ଦୁର୍ବଳ ହେବାରେ ଲାଗୁଛି । ଖାଦ୍ୟ ବିଷ ସଦୃଶ ରହିଛି । ଏହାକୁ ଖାଇବା ସମ୍ଭବ ନୁହେଁ କି ଖାଇବା ପରେ ମଧ୍ୟ ହଜମ କରିବା ସମ୍ଭବ ନୁହେଁ’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.