ସାରଦା ଚିଟଫଣ୍ଡ ମାମଲା, ଗିରଫ ହୋଇପାରନ୍ତି କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାର

କୋଲକାତା: ସାରଦା ଚିଟଫଣ୍ଡ ମାମଲାରେ କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କ ଅଡୁଆ ବଢ଼ିଲା। ଖୁବଶୀଘ୍ର ସେ ଗିରଫ ହୋଇପାରନ୍ତି। ତାଙ୍କ ବିରୋଧରେ ନୋଟିସ୍‌ ଜାରି କରିଛି ସିବିଆଇ। ସାରଦା ଚିଟଫଣ୍ଡ ମାମଲାରେ ପଚରାଉଚରାରେ ସହଯୋଗ କରିବା ସହ ବ୍ୟକ୍ତିଗତ ହାଜର ହେବାକୁ ନିର୍ଦ୍ଦେଶ ରହିଛି। ସିବିଆଇରେ ହାଜର ହେଲେ ତାଙ୍କୁ ଗିରଫ କରାଯାଇପାରେ। ଏହାପୂର୍ବରୁ ତାଙ୍କ ନାଁରେ ଜାରି ହୋଇଥିଲା ଲୁକ୍‌ ଆଉଟ୍‌ ନୋଟିସ୍‌। ଦେଶ ଛାଡ଼ି ଯେମିତି ଯାଇ ନପାରିବେ ସେନେଇ ସମସ୍ତ ବିମାନବନ୍ଦର ଓ ବନ୍ଦରକୁ ସୂଚନା ଦିଆଯାଇଥିଲା। ରାଜୀବ କୁମାରଙ୍କୁ ସପ୍ତାହେ ସୁରକ୍ଷା ଦେଇଥିଲେ ସୁପ୍ରିମକୋର୍ଟ। ଯାହା ଗତ ୨୪ ତାରିଖରେ ଶେଷ ହୋଇଛି। ଏହାପରେ ତାଙ୍କୁ ଖୋଜୁଛି ପୋଲିସ। ସାରଦା ଚିଟଫଣ୍ଡ ମାମଲାରେ ରାଜୀବ କୁମାରଙ୍କ ନାଁରେ ତଥ୍ୟ ପ୍ରମାଣ ଏପଟସେପଟ କରିଥିବା କରିଥିବା ଅଭିଯୋଗ ରହିଛି। ଏହି ମାମଲାରେ ତାଙ୍କୁ ପଚରାଉଚରା କରିବାକୁ ଚାହୁଁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.