ଆଜି ଭୁବନେଶ୍ୱରର ସବୁ କୋଚିଂ ସେଣ୍ଟରରେ ହେବ ଚଢ଼ାଉ

ଭୁବନେଶ୍ବର(କେନ୍ୟୁଜ୍) : ରାଜଧାନୀରେ ଥିବା କୋଚିଂ ସେଣ୍ଟରରେ କେମିତି ରହିଛି ଅଗ୍ନି ନିର୍ବାପକ ବ୍ୟବସ୍ଥା ? ଆଜି ଭୁବନେଶ୍ୱରରେ ଥିବା ସମସ୍ତ କୋଚିଂ ସେଣ୍ଟରରେ ଚଢ଼ାଉ କରି ଅଗ୍ନି ନିର୍ବାପକ ବ୍ୟବସ୍ଥାର କଡ଼ାକଡ଼ା ଯାଞ୍ଚ କରାଯିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଅଗ୍ନିଶମ ଡିଜି ବି. କେ. ଶର୍ମା । ବରମୁଣ୍ଡା ସ୍ଥିତ ଅଗ୍ନିଶମ ଷ୍ଟେସନରୁ ସକାଳ ସାଢ଼େ ୮ଟାରେ ସ୍ୱତନ୍ତ୍ର ଟିମ୍‌ ଯାଞ୍ଚ କାମରେ ବାହାରିବେ । ନିକଟରେ ଗୁଜୁରାଟ ସୁରଟରେ ଥିବା ତକ୍ଷଶିଳା କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଥିଲା । ସେଠାରେ ଥିବା ଏକ କୋଚିଂ ସେଣ୍ଟରକୁ ବ୍ୟାପିଥିଲା ନିଆଁ । ଭୟରେ ଛାତ୍ରଛାତ୍ରୀମାନେ ଚାରି ମହଲା ବିଲିଂ ତଳକୁ ଡେଇଁ ପଡ଼ିଥିଲେ । ଏହି ଘଟଣା ପରେ ଭୁବନେଶ୍ୱରରେ ଥିବା କୋଚିଂ ସେଣ୍ଟରଗୁଡ଼ିକରେ ଅଗ୍ନି ନିର୍ବାପନ ବ୍ୟବସ୍ଥାର ଅନୁଧ୍ୟାନ କରିବ ଅଗ୍ନିଶମ ବିଭାଗ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.