Below header

SBI Recruitment 2019 : ଏସବିଆଇରେ ଚାକିରି ସ୍ବପ୍ନ ହେବ ସାକାର, ଜାଣନ୍ତୁ କେମିତି କରିବେ ଆବେଦନ

SBI Specialist Cadre Officers Recruitment 2019 : ଭାରତୀୟ ଷ୍ଟେଟ ବ୍ୟାଙ୍କରେ ନିୟମିତ ଏବଂ ଅନୁବଦ୍ଧ ଆଧାରରେ ଷ୍ପେଶାଲ କ୍ୟାଡର ଅଫିସର୍ସରେ ଭର୍ତ୍ତି ଆରମ୍ଭ ହୋଇଯାଇଛି। ପଦ ପାଇଁ ଆଶାୟୀ ପ୍ରାର୍ଥୀ ବ୍ୟାଙ୍କର ଅନଲାଇନ ପଞ୍ଜୀକରଣ ପୋର୍ଟାଲରେ ସମସ୍ତ ଜରୁରୀ ପ୍ରମାଣ ପତ୍ର (ଆଇଡି ପ୍ରୁଫ, ବୟସ, ଶିକ୍ଷାଗତ ଯୋଗ୍ୟତା) ଜମା କରନ୍ତୁ। ଏମିତି ନକଲେ ଆଶାୟୀ ପ୍ରାର୍ଥୀଙ୍କର ଆବେଦନ ସଫଳ ବୋଲି ଧୀରାଯିବ ନାହିଁ ଏବଂ ତାଙ୍କୁ ସାକ୍ଷାତକାର ପାଇଁ ଶର୍ଟଲିଷ୍ଟ କରାଯିବ ନାହିଁ। ଅନଲାଇନ ପଞ୍ଜୀକରଣ ଲିଙ୍କ ଏସବିଆଇର କ୍ୟାରିୟର ପୋର୍ଟାଲରେ ଉପଲବ୍ଧ ହେବ। ଆବେଦନ ଜମା କରିବାର ଶେଷ ତାରିଖ ହେଉଛି ୩୧ ଜାନୁୟାରୀ।

ପଦ ସଂଖ୍ୟା – ୩୧

ଆବେଦନ ଶୁଳ୍କ – ସାଧାରଣ ବର୍ଗର ପାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୬୦୦ ରହିଥିବାବେଳେ ଏସସି, ଏସଟି ଏବଂ ପିଏଚ ବର୍ଗର ଆଶାୟୀ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଭରିବାକୁ ହେବ।

ମହତ୍ତ୍ବପୂର୍ଣ୍ଣ ତାରିଖ

ଆବେଦନର ପ୍ରାରମ୍ଭିକ ତାରିଖ – ୯ ଜାନୁୟାରୀ ୨୦୧୯

ଆବେଦନର ଶେଷ ତାରିଖ – ୩୧ ଜାନୁୟାରୀ ୨୦୧୯

ଆବେଦନ ଶୁଳ୍କର ଶେଷ ତାରିଖ – ୩୧ ଜାନୁୟାରୀ ୨୦୧୯

ଆବେଦନ କରିବା ପାଇଁ ପରୀକ୍ଷାର ତାରିଖ ଏବଂ ଆଡମିଟ କାର୍ଡ ଜାରୀ କରିବାର ତାରିଖ ୱେବସାଇଟରେ ଜଲଦି ଜାରି କରାଯିବ।

ଶିକ୍ଷାଗତ ଯୋଗ୍ୟତା – ଆଶାୟୀ ପ୍ରାର୍ଥୀଙ୍କ ପାଖରେ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ବବିଦ୍ୟାଳୟ/ସଂସ୍ଥାନରେ ପ୍ରାସଙ୍ଗିକ ଧାରାରେ ସ୍ନାତକ/ପୋଷ୍ଟ ଗ୍ରାଜୁଏସନ ଡିଗ୍ରୀ ହେବା ଆବଶ୍ୟକ।

କେମିତି କରିବେ ଆବେଦନ – ଆଶାୟୀ ପ୍ରାର୍ଥୀ ଏସବିଆଇର ଅଫିସିଆଲ ୱେବସାଇଟ ମାଧ୍ୟମରେ ୩୧ ଜାନୁୟାରୀ ୨୦୧୯ କିମ୍ବା ତାପୂର୍ବରୁ ନିର୍ଦ୍ଧାରିତ ପ୍ରାରୂପ ମାଧ୍ୟମରେ ଆବେଦନ କରିପାରିବେ।

ଚୟନ ପ୍ରକ୍ରୀୟା – ପଦ ପାଇଁ ଆଶ୍ରାୀ ପ୍ରାର୍ଥୀଙ୍କର ଚୟନ ଅନଲାଇନ ଲିଖିତ ପରୀକ୍ଷା, ଗ୍ରୁପ ଡିସକସନ ଏବଂ ଇଣ୍ଟର୍ଭ୍ୟ ମାଧ୍ୟମରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.