ନିଜ ଝିଅକୁ ଅଙ୍ଗନବାଡ଼ିରେ ପଢ଼ାଇ ଉଦାହରଣ ପ୍ରସ୍ତୁତ କଲେ ତାମିଲନାଡ଼ୁ ଜିଲ୍ଲାପାଳ

ଏବେ ପିଲାଙ୍କୁ ପ୍ଲେ ସ୍କୁଲରେ ପଢ଼ାଇବା ଉଚ୍ଚବର୍ଗର ପିତାମାତାଙ୍କ ପାଇଁ ଏକ ଫ୍ୟାସନରେ ପରିଣତ ହୋଇଛି। କିନ୍ତୁ ଏହି ଟ୍ରେଣ୍ଡରେ ଏବେ ପରିବର୍ତ୍ତନ ଆଣିଛନ୍ତି ତାମିଲନାଡ଼ୁର ତିରୁନେଭେଲି ଜିଲ୍ଲାର ଜିଲ୍ଲାପାଳ। ଚେନ୍ନାଇରୁ ୬୦୦କିଲୋମିଟର ଦୂରରେ ରହିଥିବା ଏହି ଜିଲ୍ଳାପଳ ଜଣଙ୍କ ନିଜ ସନ୍ତାନକୁ ଅଙ୍ଗନବାଡ଼ି କେନ୍ଦ୍ରକୁ ପାଠ ପଢ଼ାଇବାକୁ ପଠାଇବା ନେଇ ଏବେ ଚର୍ଚ୍ଚାରେ।

୨୦୦୯ ବ୍ୟାଚ ଆଇଏଏସ୍ ଅଫିସର , ସିଲ୍ପା ପ୍ରଭାକର ସତୀଶ ଜିଲ୍ଲାର ପ୍ରଥମ ମହିଳା ଜିଳ୍ଲାପାଳ। ସେ ଏବେ ତାଙ୍କ ଘରେ ପାଖରେ ଥିବା ସ୍ବୀକତି ପ୍ରାପ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ତାଙ୍କ ଝିଅକୁ ପାଠ ପଢ଼ାଇବା ପାଇଁ ପଠାଇ ସମସ୍ତଙ୍କ ପାଇଁ ଉଦାହରଣ ପ୍ରସ୍ତୁତ କରିଛନ୍ତି ।
ଅଙ୍ଗନବାଡ଼ିରେ ନିଜ ସନ୍ତାନକୁ ପାଠପଢ଼ାଇବା ଘଟଣାରେ ଜିଲ୍ଲାପାଳ କହିଛନ୍ତି, ସରକାରର ବହୁ ଭଲ ଭାବେ ଅଙ୍ଗନବାଡ଼ିର ନିର୍ମାଣ କରୁଛନ୍ତି। ଏଥିରେ ଉଚ୍ଚବର୍ଗର ଶିକ୍ଷା ଦିଆଯିବା ସହ ପିଲାଙ୍କ ସ୍ବାସ୍ଥ୍ୟା ପ୍ରତି ମଧ୍ୟ ଖାସ ଧ୍ୟାନ ରଖାଯାଉଛି। ଆଉ ଆମ ସହରର ଅଙ୍ଗନବାଡ଼ି ଆମଘରକୁ ଲାଗି ରହିଛି । ଫଳରେ ସେଠାରେ ମୋ ସନ୍ତାନ ଖୁବ ସୁବିଧାରେ ଏବଂ ସୁରକ୍ଷିତ ଭାବେ ରହୁଛି।

Shilpa-Prabhakar-Satish

ମୁଁ ଚାହୁଁଥିଲି ମୋ ସନ୍ତାନ ସମାଜର ସମସ୍ତ ବର୍ଗର ଲୋକଙ୍କ ସହ ମିଶି ପାଠପଢ଼ୁ। ଏଣୁ ମୁଁ ଅଙ୍ଗନବାଡ଼ିରେ ପାଠପଢ଼ାଇବା ନେଇ ନିଷ୍ପତି ନେଲି।  ତେବେ ଜିଲ୍ଲାପାଳଙ୍କ ଏହି ପଦକ୍ଷେପ ଜିଲ୍ଲାରେ ସମସ୍ତଙ୍କ ପାଇଁ ଉଦାହରଣ ପ୍ରସ୍ତୁତ କରିଥିବା ବେଳେ ଲୋକଙ୍କୁ ଅଙ୍ଗନବାଡ଼ିରେ ପାଠପାଢ଼ାଇବା ପାଇଁ ଆଗ୍ରହୀ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.