ପଳାତକ ବିଜୟ ମାଲ୍ୟାଙ୍କୁ ସୁପ୍ରିମକୋର୍ଟ ଦେଲେ ୪ ମାସ ଜେଲ ଦଣ୍ଡାଦେଶ

ନୂଆଦିଲ୍ଲୀ : ମଦ ବ୍ୟବସାୟୀ ପଳାତକ ବିଜୟ ମାଲ୍ୟାଙ୍କୁ ସୁପ୍ରିମକୋର୍ଟ ୪ ମାସ ଜେଲ ଦଣ୍ଡାଦେଶ ସହ ୨ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୭ ମସିହାରେ ସେ କୋର୍ଟ ଅବମାନନା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିଲେ । କିଙ୍ଗ ଫିସର ଏୟାରଲାଇନ୍ସ ପାଇଁ ନେଇଥିବା ୯ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ପରିଶୋଧ କରି ନପାରି ଦେବାଳିଆ ହୋଇ ପଡିଥିଲେ ।

ଏଥିପାଇଁ ସୁପ୍ରିମକୋର୍ଟ ମାଲ୍ୟାଙ୍କୁ ସୁଧ ସହ ବିଦେଶକୁ ଟ୍ରାନ୍ସଫର କରାଯାଇଥିବା ୪୦ ମିଲିୟ ଡଲାର ୪ ସପ୍ତାହ ଭିତରେ ଫେରାଇବାକୁ କହିଥିଲେ । ଟଙ୍କା ପରିଶୋଧ କରି ନପାରିଲେ ତାଙ୍କର ସମ୍ପତ୍ତି ଜବତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଜଷ୍ଟିସ ୟୁ ୟୁ ଲଳିତଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କୁ ୪ ମାସ ଜେଲ ଦଣ୍ଡ ଦେବା ସହ ୨ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଆଉ ୨ ମାସ ଅତିରିକ୍ତ ଜେଲ ଦଣ୍ଡାଦେଶ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶଯୋଗ୍ୟ ଯେ ମାର୍ଚ୍ଚ ୨୦୧୬ ମସିହାରୁ ମାଲ୍ୟା ଯୁକ୍ତରାଜ୍ୟରେ ରହି ଆସୁଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.