ଆକାଶରୁ ଟ୍ରକ ଡ୍ରାଇଭରଙ୍କ ଉପରେ ହଠାତ ପଡିଲା ଭୟଙ୍କର ବିଜୁଳି, ଭିଡିଓକୁ କ୍ୟାମେରାରେ କଏଦ କଲେ ପତ୍ନୀ

ଜଣେ ଟ୍ରକ ଡ୍ରାଇଭର ହାଇୱେରେ ଯାତ୍ରା କରୁଥିଲେ । ଏହି ସମୟରେ ରାସ୍ତା ଉପରେ ଏକ ବିଜୁଳି ପଡିଯାଇଥିଲା ।  ଏହି ଘଟଣା ଡ୍ରାଇଭରଙ୍କ ପଛ ଗାଡ଼ିରେ ଆସୁଥିବା ତାଙ୍କ ପତ୍ନୀଙ୍କ କ୍ୟାମେରାରେ କଏଦ ହୋଇଯାଇଛି ।  କିନ୍ତୁ ଘଟଣାରେ ଟ୍ରକ ଡ୍ରାଇଭର ଜଣଙ୍କ ରକ୍ଷା ପାଇଯାଇଛନ୍ତି ।  ଘଟଣାର ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।  ବିଜୁଳି ପଡିବା ଦୃଶ୍ୟ ଖୁବ ଭୟଙ୍କର ଥିଲା । ମିଳିଥିବା ସୂଚନା ମୁତାବକ ଏହି ଘଟଣା ଆମେରିକାର ଫ୍ଲୋରିଡ଼ା ସହରରେ ଘଟିଛି ।

ପ୍ରକୃତରେ ଏଡ଼ୱାର୍ଡ଼ ବାଲେନ ନାମକ ଏହି ବ୍ୟକ୍ତି ଜଣଙ୍କ ଜୁଲାଇ ପହିଲାରେ ହାଇୱେରେ ମିନି ଟ୍ରକ ସାହାଯ୍ୟରେ ନିଜ ଘରକୁ ଯାଉଥିଲେ ।  ତାଙ୍କ ସହିତ ତାଙ୍କର ତିନୋଟି ପିଲା ମଧ୍ୟ ଥିଲେ ।  ଆଉ ଟ୍ରକ ପଛେ ପଛେ ତାଙ୍କ ପତ୍ନୀ ମିଶେଲ କାର ଯୋଗେ ଆସୁଥିଲେ ।  ଏହି ସମୟରେ କୁଆଡେ ଥିଲା କେଜାଣି ଝଡ଼ ତୋଫାନ ମାଡି ଆସିଥିଲା ।  ଜୋର ଜୋରରେ ବର୍ଷା ଆରମ୍ଭ ହୋଇଯାଇଥିଲା ।  ମିଶେଲ ଏହି ଋତୁର ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିନେଇଥିଲେ ।  ଏହି ସମୟରେ ଏକ ଆସନ୍ନ ବିପଦରୁ ବର୍ତ୍ତୀ ଯାଇଥିଲେ ପୂରା ପରିବାର ।

ଏକ ସମ୍ବାଦ ସଂସ୍ଥାକୁ ଖବର ଦେବା ସମୟରେ ମିଶେଲ କହିଛନ୍ତିକି ଯେବେ ସେ କ୍ୟାମେରାରେ ସମ୍ପୂର୍ଣ୍ଣ ଘଟଣାକୁ କଏଦ କରୁଥିଲେ ସେବେ ଦେଖିଥିଲେକି ଆକାଶରେ ହଟାତ ଏକ ବଡ ଆକାରର ବିଜୁଳି ଆସିଲା ।  ଆଉ ଏହି ବିଜୁଳିଟି ଆସି ତାଙ୍କ ସ୍ୱାମୀଙ୍କ ଟ୍ରକ ଉପରେ ପଡିଯାଇଥିଲା ।  ଗୋଟେ ଝଟକାରେ ଯେମିତି ଟ୍ରକରେ ନିଆଁ ଲାଗିଯାଇଥିଲା ।  କିନ୍ତୁ ଭଲ କଥା ହେଉଛି ଘଟଣାରେ କାହାକୁ ବି ଆଘାତ ଲାଗିନାହିଁ । ଭିଡିଓଟିକୁ ହିଲସ୍ଵବୋରୋ କାଉଣ୍ଟି ସେରିଫ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରେ ସେୟାର କରିଛନ୍ତି ।  ଏହି ଘଟଣାରେ ଆଉ ଜଣେ ଅଧିକାରୀଙ୍କ କାର ବି କ୍ଷତିଗ୍ରସ୍ତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.