ଶ୍ରୀନଗରକୁ ଯାଇ ପାରିଲେନି ସିପିଆଇଏମ ମହାସଚିବ ସୀତାରାମ ୟେଚୁରୀ, ରାଜ୍ୟପାଳଙ୍କ ମାଗିଥିଲେ ଅନୁମତି

ଶ୍ରୀନଗରକୁ ଯାଇପାରିଲେନି ସିପିଆଇଏମ ମହାସଚିବ ସୀତାରାମ ୟେଚୁରୀ ସିପିଆଇ ନେତା ଡି. ରାଜା । ଶ୍ରୀନଗର ଏୟାରପୋର୍ଟରୁ ବାହାରକୁ ଯିବାକୁ ତାଙ୍କୁ ଅନୁମତି ମିିଳି ନଥିଲା। ଶ୍ରୀନଗର ଗସ୍ତ ସଂପର୍କରେ ସେ ଗତକାଲି ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ପତ୍ର ଲେଖି ଅନୁମତି ମାଗିଥିଲେ ଏବଂ ତାଙ୍କୁ ବାଧାନ ନଦେବାକୁ ଅନୁରୋଧ କରିଥିଲେ । ଏହା ସତ୍ତ୍ୱେ ଛାଙ୍କୁ ଯିବାକୁ ଦିଆଗଲା ନାହିଁ ବୋଲି କହିଛନ୍ତି ୟେଚୁରୀ। ସିପିଆଇ ବିଧାୟକ ମହମ୍ମଦ ୟୁସୁଫ ତରିଗାମୀଙ୍କୁ ଭେଟିବାକୁ ଯାଉଛନ୍ତି ବୋଲି ସୁରକ୍ଷା କର୍ମୀଙ୍କୁ କହିଥିଲେ । କିନ୍ତୁ ସୁରକ୍ଷକର୍ମୀ ତାଙ୍କୁ ଏୟାରପୋର୍ଟ ଛାଡିବାକୁ ଦେଇ ନଥିଲେ। ସେଠାରୁ ସେ ପୁଣି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ । ଗତକାଲି ଗୁଲାମନବୀ ଆଜାଦ ମଧ୍ୟ ଶ୍ରୀନଗର ଏୟାରପୋର୍ଟରେ ଅଟକ ରହିଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.