ଇଣ୍ଟରନ୍ୟାସନାଲ ଆର୍ମି ସ୍କାଉଟ ମାଷ୍ଟର ପ୍ରତିଯୋଗିତାରେ ୭ ଦେଶର ସେନାକୁ ହରାଇ ଭାରତୀୟ ସେନା ପ୍ରଥମ
![indian army win](https://knewsodisha.com/wp-content/uploads/2019/08/indian-army-win.jpg)
ଇଣ୍ଟରନ୍ୟାସନାଲ ଆର୍ମି ସ୍କାଉଟ ମାଷ୍ଟର ପ୍ରତିଯୋଗିତାରେ ଭାରତୀୟ ଆର୍ମୀର କାରନାମା। ଏହି ପ୍ରତିଯୋଗିତାରେ ୭ଟି ଦେଶର ସେନାଙ୍କୁ ହରାଇ ପ୍ରଥମ ସ୍ଥାନ ଅଧିକାର କରିଛି ଭାରତୀୟ ସେନା। ରାଜସ୍ଥାନର ଜୈସାଲମେରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ୮ଟି ଦେଶ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରତିଯୋଗିତାରେ ଭାରତ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ କାଜାକିସ୍ଥାନ ଦ୍ୱିତୀୟ ଓ ରୁଷିୟା ତୃତୀୟ ସ୍ଥାନ ଅଧିକାର କରିଛି।