ମାଲକାନଗିରି: ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ଚୋରକୁ ଧରିଲା ଲାଠି

ଚୋରକୁ ଧରିଲା ଲାଠି । ଧରାପଡିଲା ଚୋରୀ ହୋଇଥିବା ମୂର୍ତ୍ତି । ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ପୁରୁଣାଗମା ଗାଁରେ । କିଛି ଦିନ ତଳେ ଗାଁର ପୂରାତନ ଭୈରବୀ ମୂର୍ତ୍ତିକୁ କେହି ଚୋରି କରି ନେଇଥିଲେ । ଏହା ପରେ ଗାଁ ଲୋକ ଲାଠି ବୁଲାଇଥିଲେ । ତେବେ ଲାଠିଟି ଗାଦିପୁଟ ଗାଁର ଚୋର ଘରେ ଯାଇ ପଶିଥିଲା । ଏହା ପରେ ଚୋରକୁ ଧରିବା ସହ ଚୋରି ହୋଇଥିବା ଭୈରବୀ ମୂର୍ତ୍ତିକୁ ଉଦ୍ଧାର କରିଥିଲେ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.