Below header

ଜମ୍ମୁ-କଶ୍ମୀରରେ ସୀମା ସୁରକ୍ଷାବଳଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ, ସର୍ଚ୍ଚ ଅପରେସନ ଜାରି

ଜମ୍ମୁ-କଶ୍ମୀରର ଅବନ୍ତିପୋରାରେ ସୀମା ସୁରକ୍ଷାବଳକୁ ଏକ ବଡ଼ ସଫଳତା ମିଳିଛି। ସେନା ବାହିନୀ ଏଠାରେ ୩ ଜଣ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଛନ୍ତି। ଏଥିମଧ୍ୟରୁ ଜଣେ ଉଗ୍ରବାଦୀଙ୍କ ସାଥି ବୋଲି ଜଣାପଡ଼ିଛି। ସେନା ପକ୍ଷରୁ ଅନ୍ୟ ଦୁଇ ଜଣଙ୍କୁ ଚିହ୍ନଟ କରାଯାଉଛି। ଖୁବଶୀଘ୍ର ସେମାନଙ୍କ ବିଷୟରେ ମଧ୍ୟ ଜଣାପଡ଼ିବ ବୋଲି ସେନା ଅଧିକାରୀ ସୂଚନା ଦେଇଛନ୍ତି। ଏନକାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

BSF camp: JeM attack on BSF camp: 3 terrorists, jawan killed - The ...

ସୂଚନାଯୋଗ୍ୟ ଯେ ଅବନ୍ତିପୋରାର ଗୋରୀପାରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ମିଳିଥିଲା। ଏନେଇ ଜଣାପଡ଼ିବା ପରେ ସେନାର ଯବାନମାନେ ବିଳମ୍ବିତ ରାତିରେ ସମ୍ପୂର୍ଣ୍ଣ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ପରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳିମାଡ଼ ହୋଇଥିଲା। ଶେଷରେ ସେନା ବାହିନୀ ବିଜୟଲାଭ କରି ୩ ଆତଙ୍କବାଦୀଙ୍କୁ ମାରିବାରେ ସମର୍ଥ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.