ସ୍କାଏମ୍ୟାଟ୍‌ର ଅନୁମାନ, ମେ ୧ରେ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିଝଡ! ଅତି ଭୟଙ୍କର ବାତ୍ୟାରୂପ ନେଇ ମିଆଁମାର ଓ ବାଂଲାଦେଶ ମୁହାଁ ହେବ

ନୂଆଦିଲ୍ଲୀ: ମେ ୧ରେ ଘୂର୍ଣ୍ଣି ଝଡ଼ର ଅନୁମାନ । ଦକ୍ଷିଣ ଆଣ୍ଡାମାନ ସାଗରରେ ଏହି ଘୂର୍ଣ୍ଣି ଝଡ଼ର ଅନୁମାନ କରିଛି ସ୍କାଏମ୍ୟାଟ୍‌ । ଘୂର୍ଣ୍ଣି ଝଡ଼ ସୃଷ୍ଟି ହେବାଠାରୁ ଆଣ୍ଡାମାନରେ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ଅନୁମାନ କରାଯାଉଛି । ଏହା ଅଧିକ ଘନୀଭୂତ ହୋଇ ଆଗକୁ ବଢିବ। କିନ୍ତୁ ଏହା ଭାରତୀୟ ଉପକୂଳ ଛୁଇଁବ ନାହିଁ। ଭାରତୀୟ ଉପକଳୂଠାରୁ ଦୂରେଇ ଅତି ଭୟଙ୍କର ବାତ୍ୟାରୂପ ନେଇ ମିଆଁମାର ଓ ବାଂଲାଦେଶ ମୁହାଁ ହେବ। ଏବେଠାରୁ ଲ୍ୟାଣ୍ଡଫଲ ଉପରେ ପୂର୍ବାନୁମାନ କରି ନାହିଁ ସ୍କାଏମ୍ୟାଟ୍‌ । ତଥାପି ମିଆଁମାରର ୟେଙ୍ଗୁନ ଓ ବାଂଲାଦେଶର ଚିଟଗଙ୍ଗ ମଧ୍ୟରେ ଏହା ବିପଦ ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଇଛି।

rain fallମାର୍ଚ୍ଚରୁ ଜୁନ୍‌ ମାସ, ପ୍ରାକ୍‌ ମୌସୁମୀ ଋତୁର ସମୟ। ଆଉ ସମୟରେ ବାତ୍ୟା ସମ୍ଭାବନା ଥାଏ । ସ୍କାଏମ୍ୟାଟ୍‌ ମୁତାବକ, ଆଣ୍ଡାମାନ ସାଗରରେ ଏପ୍ରିଲ ୨୭ରେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବ। ୨୮ ତାରିଖ ବେଳକୁ ଲଘୁ ଚାପରେ ପରିଣତ ହେବ । ୨୯ ତାରିଖରେ ଡିପ୍ରେସନର ଓ ୩୦ ତାରିଖରେ ଡିପ୍‌ ଡିପ୍ରେସନର ରୂପ ନେଇ ମେ ୧ ତାରିଖ ବେଳକୁ ଘୂର୍ଣ୍ଣି ଝଡ଼ରେ ପରିଣତ ହେବା ନେଇ ଅନୁମାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.