Below header

ନିର୍ଭୟା ଘଟଣାର ଚର୍ଚ୍ଚିତ ଚେହେରା ଏପି ସିଂହ ଏବେ ହଥରସ ଦୁଷ୍କର୍ମକାରୀଙ୍କ ମଙ୍ଗ ଧରିବେ

ୟୁପି ହଥରସ ଲୋମହର୍ଷଣକାରୀ ଘଟଣା ପରେ ରାଜ୍ୟର ବିପକ୍ଷ ଦଳ ଲଗାତାର ସରକାରଙ୍କୁ ଟାର୍ଗେଟ କରି ଚାଲିଛନ୍ତି । ସେପଟେ ଜବାବରେ ୟୁପି ସରକାର କହୁଛନ୍ତିକି, ବିଦେଶୀ ଫଣ୍ଡିଙ୍ଗ ମାଧ୍ୟମରେ ଜାତୀୟ ଦଙ୍ଗା ପରି ପରିସ୍ଥିତି ସୃଷ୍ଟି କରିବା ହିଁ ବିପକ୍ଷ ଦଳର ମୂଳ ଲକ୍ଷ । ଅନ୍ୟପକ୍ଷରେ ରାଜ୍ୟର କିଛି ଦଳିତ ସଂଗଠନ ପୀଡିତାଙ୍କ ସପକ୍ଷରେ ରାସ୍ତାକୁ ଓଲ୍ହାଇ ଥିବା ବେଳେ କିଛି ଉଚ୍ଚ ବର୍ଗିୟ ବା ସବର୍ଣ୍ଣ ସଂଗଠନ ଦୁଷ୍କର୍ମକାରୀଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ଦୋଷୀଙ୍କ ସପକ୍ଷରେ ମାମଲା ଲଢ଼ୁଥିବା ଏପି ସିଂହ ଏବେ ହଥରେସ ଘଟଣାରେ ଆରୋପିଙ୍କ ସପକ୍ଷରେ କେଶ ଲଢ଼ିବେ ବୋଲି ଜଣାଯାଇଛି । ପୂର୍ବ କେନ୍ଦ୍ର ମନ୍ତ୍ରୀ ରାଜା ମାନବେନ୍ଦ୍ର ସିଂହଙ୍କ ତରଫରୁ ଏପି ସିଂହଙ୍କୁ କେଶ ଲଢ଼ିବା ପାଇଁ କୁହାଯାଇଥିବା ଜଣାଯାଇଛି ।

ମାନବେନ୍ଦ୍ର ସିଂହ ଏହା ମଧ୍ୟ କହିଛନ୍ତିକି, ଅଖିଳ କ୍ଷତ୍ରିୟ ମହାସଭାରେ ଆଦାୟ ହୋଇଥିବା ଟଙ୍କାରୁ ଓକିଲଙ୍କୁ ପାରିଶ୍ରମିକ ଦିଆଯିବ । ମାନବେନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ବର୍ଗିୟ ସଂଗଠନ ପକ୍ଷରୁ ଏକ ପତ୍ର ଜାରି ହୋଇଥିବା ବେଳେ ଏହି ପତ୍ରରେ ଦର୍ଶାଯାଇଛିକି, ଏହି ଘଟଣା ମାଧ୍ୟମରେ ଏସସି- ଏସଟି ଆକ୍ଟର ଦୁରୁପଯୋଗ କରାଯାଇ ସବର୍ଣ୍ଣ ସମାଜକୁ ବଦନାମ କରାଯିବାକୁ ଚେଷ୍ଟା କରାଯାଉଛି । ଯାହାର ସର୍ବାଧିକ ପ୍ରଭାବ ରାଜପୁତ ସମାଜ ଉପରେ ପଡିଛି । ଘଟଣା ପଛର ପ୍ରକୃତ ସତ୍ୟକୁ ସାମ୍ନାକୁ ଆଣିବା ପାଇଁ ବରିଷ୍ଠ ଓକିଲ ଏପି ସିଂହଙ୍କୁ ଏହି କେସର ଦାୟିତ୍ୱ ଦିଆଯାଇଛି ।ଖାଲି ସେତିକି ନୁହେଁ ଆରୋପିଙ୍କ ପରିବାର ତରଫରୁ ବି ଏପି ସିଂହଙ୍କୁ ଏହି ମାମଲା ଲଢ଼ିବା ପାଇଁ ଅନୁରୋଧ କରାଯାଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.