୨୦ ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା କରିଥିବା ସିରିଏଲ୍‌ କିଲର୍ କୁ ମିଳିଲା ମୃତ୍ୟୁ ଦଣ୍ଡ, ପ୍ରେମରେ ଫସାଇ କରୁଥିଲା ବଳାତ୍କାର ଓ ପରେ ହତ୍ୟା

କେରଳ : ପ୍ରଥମେ ପ୍ରେମରେ ଫସାଇ ସୃଷ୍ଟି କରୁଥିଲା ସମ୍ପର୍କ । ତା’ପରେ ବିବାହ ପ୍ରଲୋଭନ ଦେଇ କରୁଥିଲା ବଳାତ୍କାର ଓ ଶେଷରେ ହତ୍ୟାକରି ଖସି ଯାଉଥିଲା ଅତି ସହଜରେ । ଜଣେ ନୁହଁ କି ଦୁଇ ଜଣ, ୨୦ ଜଣ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ସୃଷ୍ଟି କରି ବଳାତ୍କାର ପରେ ହତ୍ୟା କରିଥିବା ଜଣେ ସିରିଏଲ୍‌ କିଲରକୁ କେରଳର ଏକ କୋର୍ଟ ମୃତ୍ୟୁ ଦଣ୍ଡ ଆଦେଶ ଦେଇଛନ୍ତି । ଏପରି ଲୋମହର୍ଷଣକାରୀ ଘଟଣା ଘଟିଯାଇଛି କେରଳରେ ।

ବ୍ୟକ୍ତି ଜଣକ ହେଉଛନ୍ତି କେରଳର ୫୭ ବର୍ଷ ବୟସ୍କ ମୋହନ । ସେ ‘ସାଇନାଇଡ୍‌’ ମ୍ୟାନ୍‌ ଭାବେ ମଧ୍ୟ ସେଠାରେ କୁଖ୍ୟାତ । ମୋହନ ଯୁବତୀମାନଙ୍କ ସହ ପ୍ରଥମେ ବନ୍ଧୁତ୍ତ୍ୱ ସୃଷ୍ଟି କରିଥାଏ । ତାଙ୍କର ବିଶ୍ୱାସ ଜିତିବା ପରେ ତାଙ୍କୁ ବିବାହର ପ୍ରଲୋଭନ ଦେଇ ବିଭିନ୍ନ ସ୍ଥାନକୁ ନେଇ ବଳାତ୍କାର କରିଥାଏ ।

killer

ବଳାତ୍କାର କରିବା ପରେ ସେମାନଙ୍କୁ ରାସ୍ତାରୁ ହଟାଇବା ପାଇଁ ଗର୍ଭ ନିରୋଧ ବଟିକା କହି ଦେଇଥାଏ ସବୁଠୁ ବିଶାକ୍ତ ‘ସାଇନାଇଡ’ ଟାବ୍‌ଲେଟ୍‌ । ତା’ପରେ ତା’ର ସମସ୍ତ ଗହଣା ଧରି ଚମ୍ପଟ୍‌ ମାରିଥାଏ । ସାଇନାଇଡ୍‌ କ୍ୟାପ୍‌ସୁଲ୍‌ ସାଧାରଣତଃ ଆତଙ୍କବାଦୀ ପାଖରେ ରଖିଥାନ୍ତି ।

ଯାହାକୁ ଜିଭରେ ଛୁଇଁବା ମାତ୍ରେ ହୋଇଥାଏ ମୃତ୍ୟୁ । ମୋହନ ଏହିପରି ଭାବେ ଗୋଟିଏ ପରେ ଗୋଟିଏ ୨୦ ଜଣ ଝିଅଙ୍କୁ ବଳାତ୍କାର ପରେ ହତ୍ୟା କରିଥିଲା । ଗତ ଶନିବାର ତା’ର ସିରିଜ୍‌ ହତ୍ୟାର ୨୦ ତମ ବା ଶେଷ ହତ୍ୟାର ରାୟ ଶୁଣାଇଥିଲେ କୋର୍ଟ ।

ଏଥିରେ କୋର୍ଟ ମୋହନକୁ ୨୫ ହଜାର ଟଙ୍କା ଫାଇନ୍‌ ସହ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ । ଏଥି ପୂର୍ବରୁ ମୋହନକୁ କୋର୍ଟ ୫ଟି ମାମଲାରେ ମୃତ୍ୟ ଦଣ୍ଡ ଓ ଅନ୍ୟ ସମସ୍ତ ମାମଲାରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ।

ଗତ ଶନିବାର ଦିନ କୋର୍ଟ ଶୁଣାଇଥିବା ରାୟ ଥିଲା ମୋହନର ଶେଷ ମାମଲା ଯାହାକି ୨୦୦୯ ମସିହାରେ ଜଣେ ଯୁବତୀଙ୍କୁ ସେ ବଳାତ୍କାର ପରେ ହତ୍ୟା କରିଥିଲେ । ପୋଲିସ ଏଥିରେ ପ୍ରମାଣ ସ୍ୱରୁପ ତା’ର ଘରୁ ଉକ୍ତ ଯୁବତୀଙ୍କ ସୁନା କାନଫୁଲ ଜବତ କରିଥିଲା ।

‌ ଏହି ଘଟଣା କେରଳରେ ଭୟ ଓ ଆତଙ୍କ ସୃଷ୍ଟି କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.